Latest Odisha News

BREAKING NEWS

ଭୟଙ୍କର ସଡ଼କ ଦୁର୍ଘଟଣା : ୪୮ ମୃତ, ୩୦ ଆହତ

କେନିଆ: ଗତକାଲି ରାତିରେ ପଶ୍ଚିମ କେନିଆରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଭାରସ୍ୟାମ ହରାଇ ଲୋକଙ୍କ ଉପରେ ଏକ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗତକାଲି ରାତିରେ ଏକ ଟ୍ରକ ଦ୍ରୁତ ଗତିରେ କେରିଚୋ ଅଭିମୁଖେ ଯାଉଥିବା ବେଳେ ଭାରସ୍ୟାମ ହରାଇ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଧକ୍କା ଦେଇ ଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଗୁରୁତର ଆହତ ହୋଇଥିଲେ । ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ପୋଲିସ କମାଣ୍ଡ଼ର ଟମ ଓଡ଼େରା ।

ସେପଟେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି କେନିଆ ରାଷ୍ଟ୍ରପତି ୱିଲିୟମ ରୁତୋ । ପୁରା ଦେଶ ଏହି ଦୁର୍ଘଟଣାରେ ମର୍ମାହତ ବୋଲି କହିଛନ୍ତି  ରାଷ୍ଟ୍ରପତି ।

Leave A Reply

Your email address will not be published.