Latest Odisha News

ବଦଳିବ ଟିମ ଇଣ୍ଡିଆର ଜର୍ସି; ବାଇଜୁ ବଦଳରେ ରହିବ ଡ୍ରିମ-୧୧

ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ପକ୍ଷରୁ କରାଯାଇଛି ବଡ ଘୋଷଣା । ବଦଳିମ ଟିମ୍ ଇଣ୍ଡିଆର ଜର୍ସି । ଟିମ ଇଣ୍ଡିଆ ଜର୍ସିରେ ଆଉ ବାଇଜୁ ଲୋଗୋ ଦେଖିବାକୁ ମିଳିବନି । ତା ବଦଳରେ ଦେଖିବାକୁ ମିଳିବ ଡ୍ରିମ-୧୧ ।  ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ବିସିସିଆଇ ଘୋଷଣା କରିଛି, ବାଇଜୁ ବଦଳରେ ଏବେ ଡ୍ରିମ୍ ୧୧ ହେଇଛି ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର୍ ।

BjdElectrycity

ଭାରତ-ୱେଷ୍ଟଇଣ୍ଡିଜ୍  ଟେଷ୍ଟ ସିରିଜରୁ ଟିମ୍ ଇଣ୍ଡିଆର ଜର୍ସିରେ  ଡ୍ରିମ୍ 11 ଲୋଗୋ  ଦେଖିବାକୁ ମିଳିବ । ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର ପାଇଁ ବିସିସିଆଇ ଟେଣ୍ଡର ଜାରି କରିଥିଲା । ଟେଣ୍ଡର ପ୍ରକ୍ରିୟା ପୂରା ହେବା ପରେ ଆଗାମୀ ୩ ବର୍ଷ ପାଇଁ ଡ୍ରିମ୍ ୧୧ ଟିମ୍ ଇଣ୍ଡିଆର ନୂଆ ଲିଡ୍ ସ୍ପନସର ହେଇଥିବା ଜଣାପଡିଛି ।

ବିସିସିଆଇଣ ଅଧ୍ୟକ୍ଷ ରୋଜର ବିନ୍ନି କହିଛନ୍ତି, ବିସିସିଆଇର ଅଫିସିଆଲ ସ୍ପୋନ୍ସରଠାରୁ ଆରମ୍ଭ କରି ଲିଡ ସ୍ପୋନ୍ସର ହେବା ପର୍ଯ୍ୟନ୍ତ ବିସିସିଆଇ ଏବଂ ଡ୍ରିମ-୧୧ର ସମ୍ପର୍କ   ମଜବୁତ ରହିଛି । ଆମେ ଚଳିତବର୍ଷ ଶେଷ ପର୍ଯ୍ୟାୟରେ ଆଇସିସି ୱାର୍ଲଡ କପର ଆୟୋଜନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବୁ । ଦର୍ଶକଙ୍କୁ ଏକ ସୁନ୍ଦର ଅନୁଭୂତି ବାଣ୍ଟିବା ଆମର ପ୍ରଥମ ପ୍ରାଥମିକତା ରହିବ । ଡ୍ରିମ- ୧୧ ସହ ଆମର ଏହି ଅଭିଯାନ ଦର୍ଶକଙ୍କୁ ଖୁସି ଦେବାରେ ସାହାଯ୍ୟ କରିବ ।

ସେହିପରି ଟିମ୍ ଇଣ୍ଡିଆର ନୂଆ କିଟ୍ ସ୍ପନସର ହୋଇଛି ଅଡିଡାସ । ଆଗାମୀ ୫ ବର୍ଷ ପାଇଁ ଟିମ୍ ଇଣ୍ଡିଆର କିଟ୍ ପାର୍ଟନର ରହିବ ଆଡିଡାସ୍ । ଏହା ପୂର୍ବରୁ ପାଞ୍ଚ ମାସ ପାଇଁ କିଲର କିଟ୍ ଟିମ୍ ଇଣ୍ଡିଆର ସ୍ପନସର  ଥିଲା ।

Leave A Reply

Your email address will not be published.