Latest Odisha News

ଏବେ ବିନା ଇଣ୍ଟରନେଟରେ ୟୁଟ୍ୟୁବରେ ଦେଖିପାରିବେ ସର୍ଟସ

ନୂଆଦିଲ୍ଲୀ: ୟୁଟ୍ୟୁବ ବିଶ୍ବର ସବୁଠାରୁ ଲୋକପ୍ରିୟ ଭିଡିଓ ପ୍ଲାଟଫର୍ମ । ୟୁଟ୍ୟୁବ ୟୁଜରମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଗୁଗଲ ସମୟ ସମୟରେ ନୂଆ ଫିଚର ଆଣିଥାଏ  । ବର୍ତ୍ତମାନ ୟୁଟ୍ୟୁବ୍ ପ୍ରିମିୟମ୍ ୟୁଜରଙ୍କ ପାଇଁ ପାଞ୍ଚଟି ନୂଆ ଦମଦାର ଫିଚର ଆଣିଛି । ଏହି ଫିଚର ମନୋରଞ୍ଜନକୁ ସହଜ କରିବା ସହ ଟେକ୍ନୋଲୋଜି ବ୍ୟବହାର କରିବାର ଏକ ଉତ୍ତମ ଅଭିଜ୍ଞତା ମଧ୍ୟ ଦେବ ।

-ପ୍ରିମିୟମ୍ ୟୁଜରଙ୍କ ପାଇଁ ୟୁଟ୍ୟୁବ୍ 256kbps ବିଟରେଟ୍ ରେ ଅଡିଓ ସପୋର୍ଟ ର ଫିଚର ଯୋଡିଛି । ଫଳରେ ମ୍ୟୁଜିକ୍ ଏବଂ ଭିଡିଓ ଗୁଡ଼ିକର ସାଉଣ୍ଡ ଆଉଟପୁଟ୍ ପୂର୍ବ ଅପେକ୍ଷା ଭଲ ହେବ । ଏହି ଫିଚର ୟୁଟ୍ୟୁବ୍ ମ୍ୟୁଜିକରେ ପୂର୍ବରୁ ଉପଲବ୍ଧ ଥିଲା, ବର୍ତ୍ତମାନ ଏହା ୟୁଟ୍ୟୁବ ଭିଡିଓରେ ମଧ୍ୟ ଉପଲବ୍ଧ ହୋଇଛି ।

-ୟୁଟ୍ୟୁବ୍ ସର୍ଟସ୍ ବର୍ତ୍ତମାନ “ ପିକ୍ଚର୍ ଇନ୍ ପିକ୍ଚର୍” ମୋଡରେ ଦେଖାଯାଇପାରିବ । ଏହି ଫିଚର ଆପଣଙ୍କୁ ମଲ୍ଟି-ଟାସ୍କିଂର ସୁବିଧା ଦେଇଥାଏ । ଉଦାହରଣ ସ୍ୱରୂପ, ଅନ୍ୟ ଏକ ଆପରେ କାମ କରିବାବେଳେ ଆପଣ ସର୍ଟସ୍ ଉପଭୋଗ କରିପାରିବେ ।

-ୟୁଟ୍ୟୁବ୍ iOS ୟୁଜରଙ୍କ ପାଇଁ ସ୍ୱୟଂଚାଳିତ ଡାଉନଲୋଡ୍ ଫିଚର ଉପସ୍ଥାପନ କରିଛି । ଏହା ମାଧ୍ୟମରେ ଆପଣ ଇଣ୍ଟରନେଟ୍ ବିନା ସର୍ଟସ୍ ମଧ୍ୟ ଦେଖିପାରିବେ । ଏହି ଫିଚର ସେହିମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ, ଯେଉଁମାନେ ଇଣ୍ଟରନେଟ୍ ଅଭାବ ହେତୁ କଣ୍ଟେଟ ଦେଖିବାରେ ଅସମର୍ଥ ହୋଇଥାନ୍ତି ।

-ୟୁଟ୍ୟୁବ୍ ମ୍ୟୁଜିକ୍ ରେ “Ask Music” ଫିଚର ଆସିଛି  । ଏହି ଫିଚର ଦ୍ବାରା ଆପଣ କେବଳ ଗୋଟିଏ ଭଏସ୍ କମାଣ୍ଡ ସହିତ ଏକ ନିର୍ଦ୍ଦିଷ୍ଟ ଗୀତ ଖୋଜି ପାରିବେ ଏବଂ ପ୍ଲେ କରି ପାରିବେ ।

-ବିଶେଷକରି ଆଇଫୋନ୍ ୟୁଜରଙ୍କ ପାଇଁ “Ask Chat” ବଟନ୍ ଯୋଡା ଯାଇଛି । ଏହା ସାହାଯ୍ୟରେ ଆପଣ ଦେଖୁଥିବା ଭିଡିଓ ସମ୍ବନ୍ଧୀୟ ପ୍ରଶ୍ନ ପଚାରିପାରିବେ ।

ଏହି ନୂତନ ଫିଚର ଗୁଡିକ ୟୁଟ୍ୟୁବ୍ ପ୍ରିମିୟମକୁ ଅଧିକ ଆକର୍ଷଣୀୟ ଏବଂ ଉପଯୋଗୀ କରିବ ।

 

Comments are closed.