Latest Odisha News

BREAKING NEWS

Online money investmentଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଠକେଇ;୫ ଗିରଫ

ଭୁବନେଶ୍ବର: ଅନଲାଇନ ଟଙ୍କା ଇନଭେଷ୍ଟମେଣ୍ଟ ନାଁରେ ଲୋକଙ୍କୁ ଠକୁଥିଲେ ଏକ ସାଇବର ରାକେଟ ।  ବାନ୍ଧିଲା ପୋଲିସ । ପୂର୍ବତନ ବ୍ୟାଙ୍କ କର୍ମଚାରୀ ଏହି ରାକେଟର ଶିକାର ହେବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ । ସାଇବର ପୋଲିସ ତଦନ୍ତ କରି ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଚଢ଼ାଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଫୋନ, ATM କାର୍ଡ ଓ କ୍ରେଡିଟ କାର୍ଡ ଜବତ କରିଛି ପୋଲିସ।

ସୂଚନାମୁତାବକ, ଅଭିଯୁକ୍ତମାନେ ଏକ ଗ୍ୟାଙ୍ଗ ଗଠନ କରି ଲୋକଙ୍କୁ ଟାର୍ଗେଟ କରି ଠକେଇ କରୁଥିଲେ । ରାଜ୍ୟରେ ଏକାଧିକ ଲୋକଙ୍କୁ ଠକିଛନ୍ତି ଏହି ଗ୍ୟାଙ୍ଗ । ତେବେ ଅଭିଯୋଗକାରୀ ୨୨ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.