Latest Odisha News

BREAKING NEWS

Health Secretary Puri visit: ବଡ଼ଦାଣ୍ଡରେ ଖୋଲିବ ୮ଟି ଅସ୍ଥାୟୀ ହସ୍ପିଟାଲ; ଜୁନ୍ ୩୦ ସୁଦ୍ଧା…

ପୁରୀ:ପୁରୀରେ ସ୍ବାସ୍ଥ୍ୟ ସଚିବଙ୍କ ସମୀକ୍ଷା। ଆଗାମୀ ରଥଯାତ୍ରାକୁ ନେଇ ପୁରୀ ମେଡ଼ିକାଲରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ସଚିବ ଏସ ଅଶ୍ୱସ୍ଥି। ଜୁଲାଇ ୧୬ ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ପୂର୍ବରୁ ପୁରୀ ମେଡ଼ିକାଲ ପରିସରରେ ନୂଆ ବିଲଡିଂ କାମ ସାରିବା ସହିତ ଡାକ୍ତରଙ୍କ ସଂଖ୍ୟା ପୂରଣ, ଶ୍ରୀଜଗନ୍ନାଥ ମେଡ଼ିକାଲକୁ କାର୍ଯ୍ୟକ୍ଷମ କରିବା ଆଦି ପ୍ରସଙ୍ଗକୁ ନେଇ ସମୀକ୍ଷା କରାଯାଇଛି । ଏଥିସହ ରୋଗୀଙ୍କ ଭିଡ଼ କମାଇବା ନେଇ ପ୍ରଥମ କରି TRIAGE, ବଡ଼ଦାଣ୍ଡରେ ଖୋଲିବ ୮ଟି ଅସ୍ଥାୟୀ ହସ୍ପିଟାଲ ।

ଜୁନ୍ ୩୦ ସୁଦ୍ଧା ପୁରୀ ହସ୍ପିଟାଲରେ ଚାଲିଥିବା ନୂଆ ବିଲଡିଂର କାର୍ଯ୍ୟକ୍ଷମ ହେବ। ଏହାସହ ୨୩୭ ଡାକ୍ତର, କାର୍ଡ଼ିଓଲୋଜିଷ୍ଟ, ପ୍ଲାଷ୍ଟିକ ସର୍ଜରୀ, ନ୍ୟୁରୋ ଆଦି ୨ ଜଣ ଲେଖାଏଁ ଡ଼ାକ୍ତର ନିୟୋଜିତ ରହିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ।

ବୈଠକରେ ସ୍ବାସ୍ଥ୍ୟ ସଚିବଙ୍କ ସହିତ ଅନ୍ୟ ଦୁଇଜଣ ସ୍ପେଶାଲ ସେକ୍ରେଟାରୀ ମଧ୍ୟ ଉପସ୍ଥିତ ଥିଲେ।

ରଥଯାତ୍ରା ପ୍ରଥମ ସମନ୍ବୟ କମିଟି ବୈଠକ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ନେଇ ବୈଠକରେ ପ୍ରବଳ ହୋହାଲ୍ଲା ହୋଇଥିଲା। ରଥଯାତ୍ରା ପୂର୍ବରୁ ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଆଜି ସ୍ବାସ୍ଥ୍ୟ ସଚିବଙ୍କ ସମୀକ୍ଷା ବୈଠକ ହୋଇଛି ।

Comments are closed.