Latest Odisha News

ଆକ୍ସନ ମୋଡରେ ପୋଲିସ, ସୁନା ବ୍ୟବସାୟୀଙ୍କ ଘରୁ ମିଳିଲା ୫ କୋଟି ନଗଦ ଟଙ୍କା

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି । ସେଥିପାଇଁ ଏବେ ରାଜନୈତିକ ଦଳଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଏଜେନ୍ସି ମଧ୍ୟ ଖୁବ୍ ସକ୍ରିୟ । ସେପଟେ କର୍ଣ୍ଣାଟକ ପୋଲିସ ହାତରେ ଲାଗିଛି ଏକ ବଡ ମାମଲା । କର୍ଣ୍ଣାଟକରୁ ୫କୋଟି ନଗଦ ଟଙ୍କା ଜବତ କରିବା ସହ ୧୦୬ କିଲୋ ସୁନା ଗହଣା ଗଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ବଲ୍ଲାରିର କମ୍ବାଲି ବଜାରରେ ହେମା ଜ୍ବେଲର୍ସ ମାଲିକଙ୍କ ଘରେ ଚଢ଼ଉ ସମୟରେ ପୁଲିସ ୭.୫ କୋଟି ମୂଲ୍ୟର ସୁନା ଓ ରୁପା ଗହଣା ସହ ନଗଦ ଟଙ୍କା ପାଇଛି । ଚଢ଼ଉ ବେଳେ ମିଳିଥିବା ଜିନିଷରେ ୫.୬୦ କୋଟି ନଗଦ ଟଙ୍କା, ୩ କିଲୋଗ୍ରାମ ସୁନା, ୧୦୩ କିଲୋଗ୍ରାମ ରୂପା ଗହଣା ମିଳିଛି ।

ଚଢାଉ ପରେ ହେମା ଜ୍ବେଲର୍ସର ମାଲିକ ନରେଶ ସୋନିଙ୍କୁ ଗିରଫ କରି ପଚରାଉଚୁରା ଜାରି ରଖିଛି ପୋଲିସ । ତେବେ ଜବତ ହୋଇଥିବା ଜିନିଷଗୁଡ଼ିକ ହାୱଲା କାରବାରରୁ ମିଳିଛି ବୋଲି କହିଛି ପୋଲିସ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

 

 

Leave A Reply

Your email address will not be published.