Latest Odisha News

BREAKING NEWS

ସମ୍ବର୍ଦ୍ଧନା ସଭା ଓ ସଂକଳ୍ପ ସମାବେଶ ଆଳ ରେ ବିଜେଡି ର ଶକ୍ତି ପ୍ରଦର୍ଶନ

ନୂଆପଡା: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍ ଧରୁଥିବା ବେଳେ ଆଜି ଖଡ଼ିଆଳ ଠାରେ ତାର ଏକ ଝଲକ ଦେଖିବାକୁ ମିଳିଛି । ବିଜେଡି ତରଫରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଖଡିଆଳ ବିଧାୟକ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସର ରେ ଖଡ଼ିଆଳ ଠାରେ ଏକ ବିରାଟ ବାଇକ ରାଲି  କରି ସମର୍ଥକ ମାନେ ଉଭୟ ପ୍ରାର୍ଥୀଙ୍କ ସହ ଯୋଜନା ଓ ସଂଯୋଜନା ମନ୍ତ୍ରୀ ତଥା ନୂଆପଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ପାଛୋଟି ଆଣି ସମ୍ବର୍ଦ୍ଧିତ କରିଥିଲେ ।  ଏବଂ ଖଡ଼ିଆଳ ଓ ନୂଆପଡା ବିଧାନସଭା ମଣ୍ଡଳୀର ବିଜେଡି କର୍ମୀ ଙ୍କ ସହ ହଜାର ହଜାର ଜନସାଧାରଣ ଉପସ୍ଥିତ ରହି ଉଭୟ ନେତା ଙ୍କୁ ଉତ୍ସାହିତ କରିଥିଲେ । ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଛାଡି ବିଜେଡି ରେ ମିଶି ବିଧାୟକ ଟିକେଟ ପାଇବା ପରେ ଏହା ତାଙ୍କର ପ୍ରଥମ ସଭା । ଆଜିର ସମାବେଶ ରେ ଶ୍ରୀ ପାଣିଗ୍ରାହୀ ରାଜ୍ୟ ସରକାର ଙ୍କ ଜନ ହିତକର ଯୋଜନାର ଗୁଣଗାନ କରିବା ସହ ସ୍ଥାନୀୟ ବିଜେପି ବିଧାୟକ ପାର୍ଥିଙ୍କ ସହ ବିଜେପି ବିରୁଦ୍ଧ ରେ ଗର୍ଜିଥିଲେ । ଉଭୟ ଲୋକସଭା ସହ ଉଭୟ ନୂଆପଡା ଓ ଖଡ଼ିଆଳ ବିଧାୟକ ପାଇଁ ଶଙ୍ଖ ଚିନ୍ହ ରେ ଭୋଟ ଦେବାପାଇଁ ନିବେଦନ କରିଥିଲେ । ଅନ୍ୟପଟେ ସାଂସଦ ପାର୍ଥି ଲମ୍ବୋଦର ନିଆଲ ଓ ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ ଦକ୍ଷତା ଦେଖି  ଦଳ ସାଂସଦ ଓ ବିଧାୟକ ପାର୍ଥି ଚୟନ କରିଛି ଓ ଆମେ ନିଶ୍ଚିନ୍ତ ଭାବରେ କଲାହାଣ୍ଡି ଓ ନୂଆପଡା ର ସମସ୍ତ ସାତ ଗୋଟି ବିଧାୟକ ଓ ସାଂସଦ ଜିତିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଖଡ଼ିଆଳରେ ଗୋଟିଏ ପଟେ ବିଜେଡି ର ସମ୍ବର୍ଦ୍ଧନା ଓ ସଂକଳ୍ପ ସଭା କରି ବିଜେଡି ଶକ୍ତି ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ପ୍ରଚାର ପ୍ରସାର କମିଟି ଅଧକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଙ୍କୁ କମଲଚରଣ ତାଣ୍ଡି ଙ୍କ ନେତୃତ୍ୱରେ ଖଡ଼ିଆଳ କଂଗ୍ରେସ ପକ୍ଷରୁ ସ୍ୱାଗତ କରି ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅଵସର ରେ କଳାହାଣ୍ଡି କଂଗ୍ରେସ ସାଂସଦ ପାର୍ଥିନୀ ଦ୍ରୌପଦୀ ମାଝୀ ଉପସ୍ଥିତ ରହି କଂଗ୍ରେସ ର ପାଞ୍ଚ ନ୍ୟାୟ ଓ ପଚିଶ ଗ୍ୟାରେଣ୍ଟି ର କଥା କହି ଲୋକଙ୍କ ପାଖକୁ ଯାଇ ସମର୍ଥନ ଲୋଡି ନିଶ୍ଚିନ୍ତ ବିଜୟୀ ହେବି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅପରପକ୍ଷରେ ଭକ୍ତଚରଣ ଦାସ ବିଜେଡି ଓ ବିଜେପି କୁ ଭର୍ସନା କରିବା ସହ କଂଗ୍ରେସ ପୂର୍ବରୁ କିପରି  ଅସମ୍ଭବ କୁ ସମ୍ଭବ କରିବା ରେ ସିଦ୍ଧହସ୍ତ ହୋଇ ପାରିଛି ଏବଂ ବର୍ତ୍ତମାନ ତାର ପୁନରାବୃତ୍ତି ହୋଇ କଂଗ୍ରେସ ଏକ ମାସ ଭିତରେ ତାର ଜନ ଆନ୍ଦୋଳନ କରି ଶାସନ କୁ ଆସିବ ବୋଲି ମନ୍ତବ୍ୟ ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ।

Leave A Reply

Your email address will not be published.