Latest Odisha News

BREAKING NEWS

ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ଯାତ୍ରୀ ଆହତ

ଯାଜପୁର : ଯାଜପୁର ଜିଲ୍ଲା ବଡଚଣା ଅନ୍ତର୍ଗତ କଡେଇ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ ଡଲଫିନ ନାମକ ଏକ ଯାତ୍ରୀବାହୀ ବସ ଟାଟାନଗରରୁ ଭୁବନେଶ୍ୱର ଫେରୁଥିବା ବେଳେ କୌଣସି କାରଣବଶତଃ ଭାରସାମ୍ୟ ହରାଇ ବଡଚଣା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ବସଟି ରାସ୍ତା କଡକୁ ଓଲଟି ପଡିଥିଲା ।

ଅନ୍ୟପକ୍ଷରେ ଏହି ଘଟଣାରେ ୪ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆହତ ମାନେ ସୁସ୍ଥ ଥିବା ନେଇ ଜଣାପଡିଛି

Leave A Reply

Your email address will not be published.