Latest Odisha News

BREAKING NEWS

‘କୌନ ବନେଗା କରୋଡ଼ପତି’ରେ ମୁଖ୍ୟମନ୍ତ୍ରୀ ନବୀନ !

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନି ଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ରେ ଅମିତାଭଙ୍କୁ ସାମ୍ନା କରିଛନ୍ତି । ଓଡ଼ିଶା ସରକାର ଆସନ୍ତା ନଭେମ୍ବରରେ ଭୁବନେଶ୍ୱରରେ ଆୟୋଜନ କରୁଛନ୍ତି ହକି ବିଶ୍ୱକପ । ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଏହି ହକି ବିଶ୍ୱକପର ପ୍ରଚାର ଓ ପ୍ରସାର ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ ହକିର ଚୂଡ଼ାନ୍ତ ପ୍ରସ୍ତୁତି ସମ୍ପର୍କରେ ଅମିତାଭଙ୍କୁ ଅବଗତ କରାଇଥିଲେ ।

ସୋନି ଟିଭିରେ ଶୁକ୍ରବାର ରାତିରେ ପ୍ରସାରିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଷ୍ଟାର ଅମିତାଭ ବଚ୍ଚନ ବର୍ତ୍ତମାନର ଭାରତୀୟ ହକି ଖେଳାଳି ତଥା କିଛି ପ୍ରସିଦ୍ଧ ହକି ଖେଳାଳିଙ୍କୁ କେବିସିକୁ ସ୍ୱାଗତ କରିଥିଲେ । ଭାରତୀୟ ହକିର ଗୌରବକୁ ସ୍ମୃତିଚାରଣ କରି ଅମିତାଭ ବଚ୍ଚନ ଭାରତୀୟ ଗୋଲକିପର୍ ଶ୍ରୀଜେଶଙ୍କ କଠିନ ପରିଶ୍ରମର କଥା ଶୁଣିଥିଲେ ।

ଏହିବର୍ଷ ଭାରତ ତଥା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବିଶ୍ୱକପ ହକି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ପରିପ୍ରେକ୍ଷୀରେ ଆୟୋଜକ ଓଡ଼ିଶା ସରକାରଙ୍କ ହକି ପ୍ରତି ଅବଦାନ ସମ୍ପର୍କରେ ଅମିତାଭ ନବୀନଙ୍କୁ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ ।


ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନବୀନଙ୍କୁ ତାଙ୍କ ପିଲାଦିନେ କେଉଁ ଖେଳ ଖେଳୁଥିଲେ ପଚାରିଥିଲେ ଅମିତାଭ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପିଲାଦିନେ ମୁଁ ପ୍ରାୟ ସମସ୍ତ ଖେଳ ଖେଳୁଥିଲି । ଅନେକ ବାର ହକି ମଧ୍ୟ ଖେଳିଥିବାର କହିଥିଲେ ମୁଖ୍ୟମନ୍ତ୍ରୀ ।

ଦୀର୍ଘ ୧୮ବର୍ଷର ସଫଳ ଶାସନ ସମ୍ପର୍କରେ ଅମିତାଭ ନବୀନଙ୍କୁ ପଚାରିଥିଲେ । ମୁଖ୍ୟମନ୍ତ୍ରୀ ୨୦୦୦ ମସିହାରେ ଶାସନ ଭାର ଗ୍ରହଣ କରିବାର ପୂର୍ବରୁ କିପରି ୧୯୯୯ ମହାବାତ୍ୟା ୧୦,୦୦୦ ବ୍ୟକ୍ତି ପ୍ରାଣହରାଇ ଓଡ଼ିଶାକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିଲା ଏବଂ ଏହି ବାତ୍ୟା ପ୍ରଭାବିତ ଅଞ୍ଚଳକୁ ସଜାଡ଼ିବାରେ ପ୍ରଶାସନ କିପରି ଦୃଢ ପଦକ୍ଷେପ ନେଇଥିଲା ସେସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ।

ଭୟଙ୍କର ଫାଇଲିନ ବାତ୍ୟାର ଦୃଢ ମୁକାବିଲା କରି କିପରି ତାଙ୍କର ସରକାର ପ୍ରବଳ କ୍ଷୟକ୍ଷତି ତଥା ଜୀବନହାନୀ ନଘଟିଥିବାର ସଫଳ କଥା କହିଥିଲେ ମୁଖ୍ୟମନ୍ତ୍ରୀ ।

ଓଡ଼ିଶାରେ ହକିର ସଫଳତାକୁ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁପରଷ୍ଟାର ଅମିତାଭ ବେଶ୍ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଛିଡ଼ାହୋଇ ସମ୍ମାନ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.