Latest Odisha News

BREAKING NEWS

ଘାଇକୁ ଖସିପଡ଼ିଲା କାର୍‌; ଗୋଟିଏ ପରିବାରର ୫ ମୃତ

ନୂଆଦିଲ୍ଲୀ: ଶନିବାର ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ବଦ୍ରିନାଥ ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ମୃତ ପାଞ୍ଚଜଣ ବିବାହ ସମାରୋହରୁ ଫେରୁଥିବାବେଳେ ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଯାହା ପରେ ଶନିବାର ରାତିରେ ବଦ୍ରିନାଥ ଜାତୀୟ ରାଜପଥରେ ପାଖୀ ଅଞ୍ଚଳ ନିକଟରେ କାରଟି ଏକ ଗଭୀର ଘାଟରେ ପଡ଼ିଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ପରିବାରର ୫ ଜଣ ସଦସ୍ୟ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି।

ମୃତ ପାଞ୍ଚଜଣ ଗୋଟିଏ ପରିବାର ସଦସ୍ୟ ଥିଲେ ଏବଂ ବର୍ତ୍ତମାନ ସେମାନଙ୍କ ମୃତଦେହ ଘାଟରୁ ଉଦ୍ଧାର କରାଯାଇଛି।

Comments are closed.