Latest Odisha News

BREAKING NEWS

କେଜ୍ରିଓ୍ୱାଲ କହିଲେ ଦିଲ୍ଲୀରେ ଖାଲି ଅଛି ଶହେରୁ କମ୍ ICU ବେଡ୍, କରୋନା ସ୍ଥିତି ସାଂଘାତିକ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର କରାଳ କାୟା । ଦୈନିକ ସଂକ୍ରମଣରେ ବ୍ରେକ୍ ଲାଗୁନି । ପଜିଟିଭ୍ ରେଟ୍ ୨୪ପ୍ରତିଶତରୁ ୩୦ ପ୍ରତିଶତକୁ ବଢ଼ିଛି । ଗତ ୨୪ ଘଣ୍ଟାରେ ୨୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ପରେ କରୋନା ମୁକାବିଲା ଚିନ୍ତା ବଢ଼ିଛି । ହସ୍ପିଟାଲରେ ସ୍ଥିତି ସଙ୍ଗୀନ ହେଲାଣି । ଆଇସିୟୁ ଫୁଲ୍ । ଏବେ ଶହେରୁ କମ୍ ଆଇସିୟୁ ବେଡ୍ ଖାଲି ରହିଛି । ଏହି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ।

କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ପାଇଁ ପର୍ୟ୍ୟାପ୍ତ ବେଡ୍ ନାହିଁ । ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଅଛି ୧୦ ହଜାର ବେଡ୍ । କୋଭିଡ୍ ରୋଗୀଙ୍କ ପାଇଁ ୧୮ଶହ ବେଡ୍ ସଂରକ୍ଷିତ ରହିଛି । ୭୦୦୦ରୁ ୧୦ ହଜାର ଶଯ୍ୟା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି କେଜ୍ରିଓ୍ୱାଲ୍ ।

ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓ ଆଜି ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନ୍ ଯୋଗେ ବେଡ୍ ସମସ୍ୟା ସମ୍ପର୍କରେ ଅବଗତ କରାଇଥିବା କହିଛନ୍ତି କେଜ୍ରିଓ୍ୱାଲ୍ ।  ସେ କହିଛନ୍ତି, ଯମୁନା ସ୍ପୋର୍ଟସ କମ୍ପ୍ଲେକ୍ସରେ ଆଗାମୀ ୨-୩ ଦିନ ଭିତରେ ୬୦୦୦ ହାଇ ଫ୍ଲୋ ଅକ୍ସିଜେନ୍ ବେଡ୍ ବ୍ୟବସ୍ଥା କରିବେ ସରକାର । ଏହାସହ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମ ଓ କିଛି ସ୍କୁଲକୁ କୋଭିଡ୍ ସେଣ୍ଟରରେ ପରିଣତ କରାଯିବ ବୋଲି ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି ।

Leave A Reply

Your email address will not be published.