Latest Odisha News

BREAKING NEWS

ରୋଷେଇ ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ପରିବାରର ୫ ସଦସ୍ୟ ଗୁରୁତର

ଅନୁଗୁଳ: ବୁଧବାର ଅନୁଗୁଳ ଜିଲ୍ଲାରେ ଅଭାବନୀୟ ଘଟଣା। ଘରେ ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର। ବଅଁରପାଳ ବ୍ଲକ ତଳମୂଳ ଗାଁରେ ଘଟିଛି ଏହି ଅଘଟଣ। ଗ୍ୟାସ୍ ଟାଙ୍କି ଫାଟିବା ଫଳରେ ଘରେ ନିଆଁ ଲାଗିଯାଇଛି। ଘଟଣାରେ ଗୋଟିଏ ପରିବାର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇ ଦମ୍ପତି ଓ ଜଣେ ନାବାଳକ ରହିଛନ୍ତି।

ଆହତଙ୍କ ମଧ୍ୟରୁ ୩ ଜଣ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂତ୍ରରୁ ପ୍ରକାଶ ଯେ, ରୋଷେଇ ଘରେ ରୋଷେଇ ଚାଲିଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୧.୩୦ରୁ ୧୨ଟା ମଧ୍ୟରେ ଏହି ଘଟଣା ଘଟିଥିଲା। ପରିବାରର ଦୁଇ ସଦସ୍ୟ ଏଲପିଜି ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହେଉଥିବା ଲକ୍ଷ୍ୟ କରିଥିଲେ। ସେମାନେ କିଛି କରିବା ପୂର୍ବରୁ ସିଲିଣ୍ଡର ଫାଟିଯାଇ ନିଆଁ ଲାଗି ଯାଇଥିଲା। ଦୁହେଁ ସାହାଯ୍ୟ ପାଇଁ ଚିତ୍କାର କରୁଥିବାବେଳେ ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ ।

ପରିବାରର ଚିତ୍କାର ଶୁଣି ପଡ଼ୋଶୀ ନିଆଁ ଲିଭାଇବାକୁ ଧାଇଁ ଆସିଥିଲେ। ସେମାନେ ନିଆଁକୁ କିଛି ମାତ୍ରାରେ ଆୟତ୍ତ କରି ପରିବାରର ୫ ଜଣଙ୍କୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟାଳୟକୁ ନେଇଥିଲେ। ପରିବାରର ୩ ଜଣଙ୍କ ଶରୀରର ପ୍ରାୟ ୪୦% ଅଂଶ ପୋଡ଼ି ଯାଇଛି। ଅନ୍ୟ ୨ ଆହତ ଏବେ ଅନୁଗୁଳ ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସିତ ହେଉଛନ୍ତି। ଦରକାର ପଡ଼ିଲେ ସେମାନଙ୍କୁ ମଧ୍ୟ କଟକଟ ସ୍ଥାନାନ୍ତର କରାଯାଇ ପାରେ ବୋଲି ଡାକ୍ତର କହିଛନ୍ତି।

Leave A Reply

Your email address will not be published.