Latest Odisha News

BREAKING NEWS

ଖଡିଆଳ ପୋଲିସକୁ ସଫଳତା, ୫ ଡକାୟତ ଗିରଫ, ଲୁଟ୍ ଅଳଙ୍କାର ଜବତ

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ପୋଲିସକୁ ମିଳିଲା ବଡ ସଫଳତା । ଡକାୟତି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଲୁଟ୍ ହୋଇଥିବା ଟଙ୍କା ଓ ଅଳଙ୍କାର ମଧ୍ୟ ଜବତ କରିଛି । ୫ ଲୁଟେରାଙ୍କୁ ଗିରଫ କରିବା ସହ କୋର୍ଟ ଚାଲଣ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

ଗତ ଫେବୃଆରୀ ୧ ତାରିଖ ରାତିରେ ଖଡିଆଳ ଥାନା ବରଗାଁର ଜଣଙ୍କ ଘରେ ବିଳମ୍ବିତ ରାତିରେ ପଛପଟ କବାଟ ତାଡି ଘରେ ପଶିବା ସହ ଅସ୍ତ୍ରଶସ୍ତ୍ର ଦେଖାଇ ସାଢେ ୭ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଖଡିଆଳ ଥାନାରେ ଅଭିଯୋଗ ହୋଇଥିଲା ।

ଏସପିଙ୍କ ନିର୍ଦ୍ଦେଶକ୍ରମେ ଦୁଇଟି ଦଳ ଗଠନ କରି ୫ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ କିଛି ଲୁଟେରା ଏବେବି ଫେରାର ଥିବା ଜଣାପଡିଛି । ତାଙ୍କଠାରୁ ଲୁଟ୍ ହୋଇଥିବା ୩ଟି ମୋବାଇଲ, ୧୨.୫ ଗ୍ରାମ ସୁନା ଅଳଙ୍କାର, ୧ ଲକ୍ଷ ୨ ହଜାର ୫ ଶହ ଟଙ୍କା ଓ ଲୁଟେରାମାନେ ବ୍ୟବହାର କରିଥିବା ଛୁରୀ, ଲୁହା ରଡ୍, ଗୋଟିଏ ମାରୁତି ସୁଜୁକି ଏସଏକ୍ସ ଫୋର କାର, ୨ଟି ମୋଟର ସାଇକେଲ ଓ ୮ଟି ମୋବାଇଲ ଫୋନ୍ ଜବତ କରାଯାଇଛି । 

Leave A Reply

Your email address will not be published.