Latest Odisha News

BREAKING NEWS

ଏସସିବି ମେଡିକାଲ ପରିଦର୍ଶନ କଲେ ପାଣ୍ଡିଆନ, ଭିତ୍ତିଭୂମି ବିକାଶ ଲାଗି ଆଜି ହୋଇପାରେ ବଡ଼ ଘୋଷଣା

କଟକ: କଟକ ଏସସିବି ମେଡିକାଲର ସ୍ୱାସ୍ଥ୍ୟବସ୍ଥା ତଦାରଖ ନିମନ୍ତେ ବୁଧବାର ଭୋର ୫ଟାରେ ମେଡିକାଲ ପରିସରରେ ପହଞ୍ଚିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ ।

ତାଙ୍କ ସହ ଅଛନ୍ତି ସ୍ବାସ୍ଥ୍ୟ ସଚିବ ପ୍ରମୋଦ କୁମାର ମିହିର୍ଦା ଓ ଏନ.ଆର.ଏଚ.ର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ମିଳିଥିବା ସୂଚନାଅନୁସାରେ, ଏହି ଦଳ ପ୍ରଥମେ ଏସସିବିର ଜରୁରୀକାଳୀନ ବିଭାଗରେ ପହଞ୍ଚିଥିଲେ । ଏହାପରେ ଏସସିବିକୁ ଥିବା ରାସ୍ତା ଓ ପଡିଆକୁ ବୁଲି ଭିତ୍ତିଭୂମି ଓ ଚିକିତ୍ସା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।

ଏଠାରେ ପ୍ରାୟ ଦେଢ଼ ଘଣ୍ଟା ବିତାଇ ଥିବା ତଦାରଖକାରୀ ଟିମ୍‌ ବଡ଼ ଡାକ୍ତରଖାନାର ଆଶୁ ଚିକିତ୍ସା ବିଭାଗକୁ ଯାଇ ରୋଗୀମାନଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ବୁଝାବୁଝି କରିଛନ୍ତି ।

ଏହାପରେ ଏସସିବିର ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ନେଇ ପ୍ରିନ୍ସପାଲ ଅଫିସ ପରିସରରେ ଏକ ବୈଠକ ହୋଇଥିଲା । ମେଡିକାଲର ଭିତ୍ତିଭୂମିର ଉନ୍ନତି ଲାଗି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବା ସହ ବଡ଼ ଡାକ୍ତରଖାନାର ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରସ୍ତୁତ ଏକ ନକ୍ସାକୁ ମଧ୍ୟ ୫ଟି ସଚିବ ଅନୁଧ୍ୟାନ କରିଛନ୍ତି।

ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ହେବାକୁ ଥିବା ବୈଠକରେ ୫ଟି ସଚିବ ଏବଂ ଅନ୍ୟ ଅଧିକାରୀମାନେ ଏସ୍‌ସିବିର ବିକାଶ ନିମନ୍ତେ ତା’ର ସମସ୍ତ ବିଭାଗର ମୁଖ୍ୟମାନଙ୍କ ସହ ଆଲୋଚନା କରିବେ, ଆଜି ସନ୍ଧ୍ୟାରେ ହେବାକୁଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବି ମେଡିକାଲର ଭିତ୍ତିଭୂମି ବିକାଶ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.