Latest Odisha News

BREAKING NEWS

ଚର୍ଚ୍ଚାରେ ୫ ଭାରତୀୟ କ୍ରିକେଟର୍‌ଙ୍କ ପତ୍ନୀ ଓ ବାନ୍ଧବୀଙ୍କ ଫଟୋ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏହି ୫ ଭାରତୀୟ କ୍ରିକେଟର୍‌ଙ୍କ ପତ୍ନୀ ଏବଂ ବାନ୍ଧବୀଙ୍କ ଫଟୋ ଏବଂ ଭିଡିଓ।

ଚହଲ ଓ ଧନଶ୍ରୀ

cric tracker.com

ସ୍ପିନର୍ ୟୁଜ୍‌ବେନ୍ଦ୍ର ଚହଲ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୮ ରନ୍ ବିନିମୟରେ ୩ ୱିକେଟ୍ ନେବା ପରେ ଚହଲ୍ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ। ଚହଲ ପୁରସ୍କାର ପାଉଥିବା ସମୟରେ ଟିଭି ଆଗରେ ଧନଶ୍ରୀ ଖୁସିରେ ଆତ୍ମହରା ହୋଇପଡ଼ିଥିବା ଏକ ଭିଡିଓକୁ ପୋଷ୍ଟ କରିଥିଲେ। ସେହି ଭିଡିଓ ଏବେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ଶୁବମନ୍ ଗିଲ୍ ଏବଂ ସାରା ତେନ୍ଦୁଲକର୍

cric tracker.com

ଶୁବମନ୍ ଗିଲ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳୁଥିବା ସମୟର ଏକ ଭିଡିଓକୁ ସାରା ତେନ୍ଦୁଲକର ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ। ଏଥିରେ ଶୁବମନ୍‌ଙ୍କ ଏକ ଚମତ୍କାର କ୍ଷେତ୍ରରକ୍ଷଣ ଦେଖିବାକୁ ମିଳିଥିଲା। ତେବେ ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

କୋହଲି ଓ ଅନୁଷ୍କା

cric Tracker.com

ଏଇ କିଛି ଦିନ ହେବ ଅନୁଷ୍କା ଶର୍ମା ତାଙ୍କ ମତ ମନ୍ତବ୍ୟକୁ ନେଇ ବେଶ୍ ଚର୍ଚ୍ଚାରେ ରହି ଆସୁଛନ୍ତି। ଲକ୍‌ଡାଉନ୍ ସମୟରେ କୋହଲିଙ୍କ ବ୍ୟାଟିଂ ଅଭ୍ୟାସକୁ ନେଇ ଗାଭାସ୍କର କଟାକ୍ଷ କରି କହିଥିଲେ। ଏହାର ପ୍ରତିଉତ୍ତର ଦେବାକୁ ଯାଇ ଅନୁଷ୍କା ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ମତ ରଖିଥିଲେ। ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି।

ପୃଥ୍ବୀ ସ ଓ ପ୍ରାଚୀ ସିଂ

cric Tracker.com

ଦିଲ୍ଲୀ କ୍ୟାପିଟାଲ୍ସର ଓପନର୍ ପୃଥ୍ବୀ ସଙ୍କ କିଛି ଇନ୍‌ଷ୍ଟା ପୋଷ୍ଟରେ ପ୍ରାଚୀ ସିଂ ଇମୋଜୀର ବ୍ୟବହାର କରି ଜବାବ୍ ଦେଇଥିଲେ। ତେବେ ପ୍ରାଚୀଙ୍କ ଏହି ଇମୋଜୀ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆଦିତି ହୁଣ୍ଡିଆ ଓ ଇଶାନ କିଷନ

cric Tracker.com

ନିକଟରେ ଇଶାନ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୟାଲ୍ ଚ୍ୟାଲେଜଂର୍ସ ବିପକ୍ଷରେ ୯୧ ରନ୍‌ର ଏକ ଆକର୍ଷଣୀୟ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚ୍ ରେ ଆଦିତି ହୁଣ୍ଡିଆ ଦେଇଥିବା ପ୍ରତିକ୍ରିୟା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଇନ୍‌ଷ୍ଟାଗ୍ରାମ୍‌ରେ ଏକ ସ୍କ୍ରିନ୍‌ସଟ୍ ଛାଡି ସେଥିରେ ସେ ଇଶାନଙ୍କ ପାଇଁ ଗର୍ବ ଅନୁଭବ କରୁଥିବା ଉଲ୍ଲେଖ କରିଥିଲେ।

 

 

Leave A Reply

Your email address will not be published.