Latest Odisha News

BREAKING NEWS

Explosion At NTPC Plant:କଣିହାଁ NTPC କୋଇଲା ବଙ୍କରରେ ବିସ୍ଫୋରଣ;୫ ଆହତ, ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ

ତାଳଚେର:କଣିହାଁ ସ୍ଥିତ NTPC(National Thermal Power Corporation) ପ୍ଲାଣ୍ଟରେ ବିସ୍ଫୋରଣ । କଣିହାଁସ୍ଥିତ ଏନଟିପିସି ପ୍ଲାଣ୍ଟରେ ଗତକାଲି ରାତିରେ ୧ ନମ୍ବର ସିଏଚପି ବଙ୍କର ବ୍ଲାଷ୍ଟ ହୋଇଥିବା ଜଣା ପଡିଛି। ବିସ୍ଫୋରଣରେ କୋଇଲା ବଙ୍କର-ୱାନରେ କାମ କରୁଥିବା ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ, ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା NTPC ପକ୍ଷରୁ ସୂଚନା ଦିଆଯାଇଛି ।

ଆହତମାନେ ହେଲେ ସୁଶାନ୍ତ ସାହୁ, କିଶୋର ପ୍ରଧାନ , ବଳରାମ ପ୍ରଧାନ ଓ ଗୁରୁତର ମାନେ ହେଲେ ଖଗେଶ୍ୱର ସାହୁ ,ସୁକଦେବ ଭୁତିଆ ।

NTPC ପକ୍ଷରୁ ଜାରି ସୂଚନାନୁସାରେ, “୨୧ ତାରିଖ ରାତି ୧୨ଟା ୩୦ମିନିଟରେ କଣିହାଁ ପ୍ଲାଣ୍ଟ ୟୁନିଟ-ୱାନ୍, ବଙ୍କର-1 ରେ ବିସ୍ଫୋରଣ ଘଟିଥିଲା ।

ବିସ୍ଫୋରଣ ଖବରପାଇ କାମ କରୁଥିବା ଶ୍ରମିକ,ଏନଟିପିସି ସିଆଇଏସଏଫର କର୍ମଚାରୀ ଓ ଏନଟିପିସିର ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ପାଇଁ ଏନଟିପିସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଶ୍ରମିକ ଏନଟିପିସି ମେଡିକାଲ ରେ ଚିକିତ୍ସିତ ହେଉଥିବା ବେଳେ ୨ ଗୁରତର ଆହତ ଥିବା ଶ୍ରମିକଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଦୁର୍ଘଟଣା କିପରି ଘଟିଲା ତା’ର ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରାଯାଇଥିବା ଏନଟିପିସି ପକ୍ଷରୁ ସୂଚନା ଦିଆଯାଇଛି।

ଜିଲ୍ଲାପାଳ କହିଛନ୍ତି ଯେ, ଗତକାଲି ରାତିରେ ଆମେ ଏନଟିପିସିରେ ବିସ୍ଫୋରଣ ନେଇ ଖବର ପାଇଥିଲୁ । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନଟିପିସି କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛୁ । ସେମାନେ ତଦନ୍ତରେ ଆମକୁ ସହାୟତା କରିବେ । ତଦନ୍ତ ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ।

 

Leave A Reply

Your email address will not be published.