Latest Odisha News

BREAKING NEWS

ଅଢ଼େଇ ଘଣ୍ଟାର ଅପରେସନ୍‌, ପଥର ଖୋଲରୁ ବାହାରିଲା ୫ ବର୍ଷର ଶିଶୁ

ବୌଦ୍ଧ: ପଥର ଖୋଲାରେ ଫସିଗଲା ୫ ବର୍ଷର ଶିଶୁ । ଦୀର୍ଘ ଅଢ଼େଇ ଘଣ୍ଟାର ଅପରେସନ୍ ପରେ ଶେଷରେ ତାକୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ଶିଶୁଟିକୁ ଉଦ୍ଧାର କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଳା ପୁରୁଣା କଟକର ବୁରୁଗୁଡା ଗାଁରେ ।

ବୁଧବାର ସକାଳୁ ଗ୍ରାମର ସାଙ୍ଗମାନଙ୍କ ସହ ଶିଶୁଟି ଗାଧୋଇବାକୁ ଯାଇଥିଲା । ଗାଧୋଇବା ସମୟରେ କୌଣସି କାରଣ ବଶତଃ ପଥର ସନ୍ଧିରେ ଶିଶୁର ଗୋଡ ଫସି ଯାଇଥିଲା । ଏହାଦେଖି ସାଙ୍ଗମାନେ ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ । ପରେ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଦୀର୍ଘ ୩ ଘଣ୍ଟା ପରେ ଶିଶୁଟି ଉଦ୍ଧାର ହୋଇଛି ।

Leave A Reply

Your email address will not be published.