Latest Odisha News

BREAKING NEWS

ରାଜ୍ୟରେ ଗୋଟିଏ ଦିନରେ ୫୩ ହଜାରରୁ ଉର୍ଦ୍ଧ୍ବ କରୋନା ନମୁନା ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ଗୋରିଏ ଦିନରେ ୫୩ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୩ ହଜାର ୪୭୮ କରୋନା ନମୁନା ପରୀକ୍ଷା ହୋଇଛି।

ଏଥିମଧ୍ୟରୁ ୪୭,୫୧୨ ଜଣଙ୍କର ଆଣ୍ଟିଜେନ, ୫୮୪୯ଟି ଆରଟିପିସିଆର୍ ଓ ୧୧୭ଟି ଟ୍ରୁନଟ୍‌ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬,୫୬୪ କୋରୋନା ନମୁନା ପରୀକ୍ଷା ହୋଇଛି।

ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ନମୁନା ପରୀକ୍ଷଣ ସଂଖ୍ୟା ଇତିମଧ୍ୟରେ ୧୦ଲକ୍ଷ ଟପିଯାଇଛି।

Leave A Reply

Your email address will not be published.