କଟକ: ରାଜ୍ୟରେ ଉପର ମୁହାଁ ରହିଛି କରୋନା । ପ୍ରତିଦିନ ବଢ଼ୁଛି ସଂକ୍ରମିତ ସଂଖ୍ୟା । ଏହାରି ଭିତରେ ଆଜି ସିଲଭର ସିଟି କଟକରୁ ଆଉ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ ଜଣ ସରକାରୀ ସଙ୍ଗରୋଧର ଥିବା ବେଳେ ୪୧ ଜଣ ହୋମ୍ କ୍ୱାରେଂଟିନ୍ର ଅଛନ୍ତି । ସେହିପରି ୨ଟି ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କଟକ ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି ।
#COVID19 update in Cuttack city (CMC area)
Out of the 57 new COVID-19 positive cases reported today in #Cuttack district, 54 positive cases belong to Cuttack city (CMC area).
Active surveillance, contact tracing, and sanitization of the concerned areas are underway. pic.twitter.com/DfvPUB7iQY
— CMC,Cuttack (@CMCCuttack) July 22, 2020
ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଜଣେ ୨୩ ବର୍ଷୀୟ କୋଭିଡ ଯୋଦ୍ଧା(ଯୁବତୀ) ଅଛନ୍ତି । ସେହିପରି ସୁତାହାଟର ଜଣେ ୪୫ ବର୍ଷୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୨ରେ ପହଂଚିଛି । ସେଥିମଧ୍ୟରୁ ୨୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାଏଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୯ଟି ଆକ୍ଟିଭ କେସ୍ ରହିଛି ।
Comments are closed.