Latest Odisha News

ଇଟାଲୀରେ କରୋନା ତାଣ୍ଡବ: ଗୋଟିଏ ଦିନରେ ନେଲା ୭୪୩ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ଗୋରିଏ ଦିନରେ ନେଲା ୭୪୩ ଜୀବନ ।

ସୋମବାର ଦିନ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୭୪୩ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଏହାକୁ ମିଶାଇ ଇଟାଲୀରେ ମୃତକଙ୍କ ସଂଖ୍ୟା ୬୮୨୦ ରେ ପହଞ୍ଚିଛି।

ସ୍ପେନ ରେ ଗୋଟିଏ ଦିନରେ କୋଭିଡ-୧୯ରେ ୨୪ ଘଣ୍ଟାରେ ୫୧୪ ଜଣଙ୍କ କୁ ମୃତ୍ୟ ଘଟିଛି । ଏହାସହ ଏଠାରେ ମୋଟ ମୃତ୍ୟୁ ସଂଖ୍ୟା ୨୬୯୬ରେ ପହଞ୍ଚିଛି। ଏହି ସମୟରେ ଏଠାକାର ରାଷ୍ଟ୍ରମୁଖ୍ୟ ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ଭାଇରସ ସାରା ବିଶ୍ୱରେ ୧୭୦୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣ ନେଲାଣି | ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ସଂଗୃହିତ ତଥ୍ୟ ଅନୁଯାୟୀ ସମଗ୍ର ବିଶ୍ୱରେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ୪୧୪୨୭୭ ଲୋକଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ୮ ହଜାର ଲୋକ ସୁସ୍ଥ ହୋଇଯାଇଛନ୍ତି।

Leave A Reply

Your email address will not be published.