Latest Odisha News

BREAKING NEWS

ପେଟ୍ରୋଲିଂ ବେଳେ ଧରାପଡିଲେ କଇଁଛ ଚାଲାଣ ରାକେଟ୍; ୪ ଗିରଫ, ୫୫ ଜୀବନ୍ତ କଇଁଛ ଉଦ୍ଧାର

ମୋଟୁ: ମାଲକାନଗିରି ବନ ବିଭାଗ ଓ ମୋଟୁ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୪ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ତଦନ୍ତ ଜାରି।

ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ କଇଁଛ ଚାଲାଣର ଖବର ପାଇଥିଲା ପୋଲିସ । ମୋଟୁ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ବେଳେ ଚାଲାଣକାରୀଙ୍କୁ ଧରିଥିଲା । ଗିରଫ ଅଭିଯୁକ୍ତ ହେଲେ MV-114ର ପ୍ରଭାସ ଯୋଡ଼ହାର ଓ ନନ୍ଦ ମଣ୍ଡଳ ଓ MPV-47ର ଲୋକିପଦ ମାଳି ଓ ରାମ ନାରାୟଣ ମଣ୍ଡଳ । ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାନୁଯାୟୀ, ବୁଧବାର ମୋଟୁ ଥାନା ଅଞ୍ଚଳର ଏମ୍‌ପିଭି-୫୩ ଗ୍ରାମ ନିକଟ କେନାଲ ରାସ୍ତାରେ ବନ ବିଭାଗ ଓ ପୋଲିସ ଟିମ୍‌ ଯାନବାହନ ଯାଞ୍ଚ କରୁଥିଲେ। ଏହି ସମୟରେ ଦୁଇଟି ମୋଟର ସାଇକେଲକୁ ଅଟକାଇ ଯାଞ୍ଚ କରାଯିବା ପରେ ସେଥିରୁ ୫୫ଟି ଜୀବନ୍ତ କଇଁଛ ଠାବ ହୋଇଥିଲା। ଗାଡ଼ି ସହ ସମସ୍ତ କଇଁଛକୁ ବନ ବିଭାଗ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଏନେଇ ମୋଟୁ ରେଞ୍ଜରେ ଫରେଷ୍ଟ କେସ୍‌ ନମ୍ବର ଓଆର-୨୦/୨୦୨୬-୨୭ ରୁଜୁ କରାଯାଇ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଛି ।

ସେହିପରି ଗତକିଛି ଦିନ ତଳେ ୧୫୫ଟି ଜୀବନ୍ତ କଇଁଛ ଜବତ କରିଥିଲା ମାଲକାନଗିରିର ବନବିଭାଗ । ମାଲକାନଗିରି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତମସା ଗାଁ ନିକଟରେ ଚଢ଼ାଉ କରି ଏକ ଅଟୋରେ ଚୋରାଚାଲାଣ ହେଉଥିବା ୧୫୫ଟି କଇଁଛ ଜବତ କରାଯାଇଥିଲା ।

Leave A Reply

Your email address will not be published.