Latest Odisha News

ଜେଲ୍‌ର ୫୬ କଏଦୀ କରୋନା ପଜିଟିଭ

ହରିୟାଣା: କର୍ଣ୍ଣଲ ଜିଲ୍ଲାରେ ଥିବା ଜେଲ୍‌ରେ ଚାରିଜଣ ମହିଳାଙ୍କ ସମେତ ଅତି କମରେ ୫୬ ଜଣ ଜେଲ ଅନ୍ତେବାସୀ କରୋନା ପଜିଟିଭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜେଲ୍‌ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକାରୀଙ୍କ କହିବା ମୁତାବକ ଆକ୍ରାନ୍ତ କଏଦୀଙ୍କୁ ଜେଲର କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଛି।

ଜେଲର ଡେପୁଟି ଅଧୀକ୍ଷକ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସମସ୍ତ ଅନ୍ତେବାସୀଙ୍କ କୋଭିଡ୍‌ ଟେଷ୍ଟ କରିବା ପରେ କଏଦୀମାନେ ସଂକ୍ରମିତ ହୋଇଥିବା ଜଣାପଡିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜେଲ ଭିତରେ ଅଲଗା କୋଭିଡ-୧୯ ୱାର୍ଡ ତିଆରି କରାଯାଇଛି ଏବଂ ସଂକ୍ରମିତ କଏଦୀମାନଙ୍କୁ ସେଠାରେ ଭର୍ତ୍ତି କରାଯାଇଛି।

Comments are closed.