Latest Odisha News

BREAKING NEWS

ଗଂଜାମର ବିଭିନ୍ନ କୋଭିଡ ହସ୍ପିଟାଲରେ ଏଯାଏଁ ଜନ୍ମଗ୍ରହଣ କରିଛନ୍ତି ୫୭ ଶିଶୁ

ବ୍ରହ୍ମପୁର: ରାଜ୍ୟରେ ସବୁଠୁ ଅଧିକ କୋଭିଡ୍ ପଜିଟିଭ୍ ରୋଗୀ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଯାହା ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଜନ୍ମଗ୍ରହଣ କରିଛନ୍ତି ପ୍ରାୟ ୫୭ ଜଣ ଶିଶୁ । ଯାହା କୋଭିଡ ହସ୍ପିଟାଲରେ ଖୁସିର ବାତାବରଣ ତିଆରି କରିଛି ।

ପ୍ରଶାସନର ସୂଚନା ଅନୁଯାୟୀ, ଏହି ୫୭ ଜଣ ମାଆଙ୍କ ମଧ୍ୟ ୩୨ ଜଣ ମାଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କିନ୍ତୁ ନବଜାତକଙ୍କ ମଧ୍ୟରେ କେହି ବି ପଜିଟିଭ୍ ବାହାରି ନାହାନ୍ତି । ସେପଟେ ମାଆମାନେ ମଧ୍ୟ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.