Latest Odisha News

BREAKING NEWS

ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ସ୍ୱତନ୍ତ୍ର ସଚିବ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଓଏଏସ୍ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କରିଛି ।

ଗତକାଲି ଭିଜିଲାନ୍ସ ତାଙ୍କ ବାସଭବନ ସମେତ ଏକକଳିନ ୫ଟି ସ୍ଥାନରେ ଚଢ଼ାଉ କରିଥିଲା । । ଭିଜିଲାନ୍ସ ପକ୍ଷରୁ ଅଜୟଙ୍କ ଟଙ୍କପାଣି ରୋଡ୍‌, ପଟିଆରେ ଥିବା ଫ୍ଲାଟ୍‌, ବାଲେଶ୍ବରରେ ଥିବା ୨ ମହଲା ଘର , ନୂଆଗାଁରେ ଥିବା ଘର ଓ ପୁରୀରେ ଥିବା ଏକ ଫ୍ଲାଟ୍‌ରେ ଚଢଉ କରାଯାଇଥିଲା। ଭିଜିଲାନ୍ସକୁ ବର୍ତ୍ତମାନ ସୁଦ୍ଧା ୩ କୋଟି ଟଙ୍କାର ସମ୍ପତ୍ତି ମିଳିଥିବା ସୂଚନା ମିଳିଛି । ତାଙ୍କର ଆହୁରି ଅମାପ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ଖୋଲତାଡ କରୁଛି ।

Leave A Reply

Your email address will not be published.