Latest Odisha News

BREAKING NEWS

ଓଡ଼ିଶାରୁ ସୁସ୍ଥ ହେଲେ ୫୭୦ କରୋନା ରୋଗୀ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୭୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।

ତେବେ ୫୭୦ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍ ୩,୧୫,୮୪୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୨୧ହଜାର ୧୯୬କୁ ବୃଦ୍ଧି ପାଇଛି। ଆକ୍ଟିଭ୍ କେସ୍ ୪ହଜାର ୧୦୨ ରହିଛି ।

ସେହିପରି ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୯୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୨୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୬୪ ।

ଖୋର୍ଦ୍ଧାରୁ ସର୍ବାଧିକ ୪୯ ସଂକ୍ରମିତ ହୋଇଥିବା ବେଳେ ପଜିଟିଭ୍ ତାଲିକାରେ ଆଉ ୪୫ ନୂଆ ଆକ୍ରାନ୍ତଙ୍କ ନାଁ ଯୋଡ଼ିଛି ସୁନ୍ଦରଗଡ଼ ଜିଲ୍ଲା । କଟକରୁ ୨୫ ଓ ବଲାଙ୍ଗିରରୁ ଚିହ୍ନଟ ହୋଇଛନ୍ତି ୨୩ ସଂକ୍ରମିତ । ବାକି ସବୁ ଜିଲ୍ଲାରୁ ୩୦ ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।

Leave A Reply

Your email address will not be published.