Latest Odisha News

BREAKING NEWS

[ଭିଡିଓ] କ୍ଲାସରୁମ୍‌ରେ କଲେ ବାଲ୍ୟବିବାହ, ଘର ଲୋକେ କଲେ ବିଦା

ଭୁବନେଶ୍ୱର: ଶୁକ୍ରବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଭିଡିଓରେ ଏକ କଲେଜ କ୍ଲାସରୁମ୍‌ରେ ଜଣେ ପୁଅ ଓ ଝିଅ ମଙ୍ଗଳସୁତ୍ର ପିନ୍ଧାଇ ବିବାହ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଭିଡିଓଟି କେଉଁ ଅଚଂଳର ଓ ଏହା କେବେ ସୁଟ୍ ହୋଇଥିଲା ? ଏହି ପ୍ରଶ୍ନର ଉତ୍ତର ସମସ୍ତଙ୍କ ମନରେ ଉଙ୍କି ମାରିଥିଲା । ଶେଷରେ ସାମ୍ନାକୁ ଆସିଛି ଭାଇରାଲ୍ ଭିଡିଓର ସତ୍ୟତା ।

BjdElectrycity

ଏହି ଭିଡିଓଟି ଆନ୍ଧ୍ରପ୍ରଦେଶ ରାଜମୁନ୍ଦାରୀ ସହରର ପୂର୍ବ କାବେରୀ ଜିଲ୍ଲାରୁ ପ୍ରଥମେ ଭାଇରାଲ୍ ହୋଇଥିଲା । ରାଜମହେନ୍ଦ୍ରବରମ୍ ସରକାରୀ ଜୁନିଅର୍ କଲେଜ କ୍ଲାସରୁମରେ ହୋଇଥିଲା ବାଲ୍ୟବିବାହ । ବିବାହ କରିଥିବା ପୁଅ ଓ ଝିଅ ଯୁକ୍ତ୨ରେ ପଢୁଥିବାବେଳେ ସେମାନଙ୍କ ବୟସ ପାଖାପାଖି ୧୭ ବର୍ଷ ବୋଲି ଜଣାପଡିଛି । ଏହି ମାମଲାକୁ ନେଇ ବାଲ୍ୟ ବିବାହ ଆଇନ ୨୦୦୬ ଅନୁଯାୟୀ ପୋଲିସ ମାମଲା ରୁଜୁ କରିଛି ।

ଛାନ୍‌ଭିନ୍‌ରୁ ଜଣାପଡିଛି ଗତ ଶୁକ୍ରବାର ନାବାଳିକ ଛାତ୍ର ଜଣକ ଏକ ମଙ୍ଗଳସୂତ୍ର ଧରି କଲେଜରେ ପହଂଚିଥିଲା । କ୍ଲାସ୍‌ରମରେ ହିଁ ସେ ନାବାଳିକା ପ୍ରେମିକା ବେକରେ ମଙ୍ଗଳସୂତ୍ର ବାନ୍ଧିବା ସହ ମଥାରେ ସିନ୍ଦୁର ଦେଇ ବିବାହ କରିଥିଲା । ପରେ ବିବାହ ଫଟୋ ସହ ଭିଡିଓ ବି ଉତ୍ତୋଳନ ହୋଇଥିଲା । ତେବେ ପରବର୍ତ୍ତି ସମୟରେ ଭିଡିଓଟି ସୋସିଆଲ୍ ମିଡିଆରେ ଅପଲୋଡ୍ ହେବା ପରେ ମାମଲା ରାତାରାତି ଭାଇରାଲ୍ ହୋଇଥିଲା ।

ଏହି ଘଟଣା ପରେ କଲଜ କର୍ତ୍ତୃପକ୍ଷ ବିବାହ କରିଥିବା ଛାତ୍ରଛାତ୍ରୀଙ୍କ ନାଁ କଲେଜରୁ କାଟିଦେବା ସହ ସେମାନଙ୍କୁ ବଦଳି ସାର୍ଟିଫିକେଟ୍ ଧରାଇଦେଇଥିଲେ । ଅନ୍ୟପଟେ ପରିବାର ଲୋକେ ନିଜ ଝିଅକୁ ଗ୍ରହଣ କରିନଥିଲେ । ମିଳିଥିବା ରିପୋର୍ଟ ଅନୁଯାୟୀ ନାବାଳିକାକୁ ମହିଳା କମିଶନ ଆଶ୍ରୟ ଦେଇଛି । ଏହି ସମ୍ବେନଶୀଳ ମାମଲାକୁ ନେଇ ପୋଲିସ ତଦନ୍ତ ଚଳାଇଥିବାବେଳେ ବିବାହ କରିଥିବା ଉଭୟ ନାବାଳକ ଓ ନାବାଳିକାର ବୟାନ ଗ୍ରହଣ କରିଛି । ଏପରିକି ଏହି ବିବାହକୁ ପ୍ରୋତ୍ସାହିତ କରିଥିବା ବ୍ୟକ୍ତି କିମ୍ବା ଛାତ୍ରଙ୍କୁ ଧରିବା ପାଇଁ ଧରପଗଡ ଜାରି ରହିଛି ।

Leave A Reply

Your email address will not be published.