Latest Odisha News

୫୦ ଡିଗ୍ରୀ ଟପିଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ରାଜସ୍ଥାନ

ନୂଆଦିଲ୍ଲୀ: ସାରା ଦେଶର ଜରି ରହିଛି ପ୍ରଚଣ୍ଡ ଗୀଷ୍ମପ୍ରବାହ । ଆଜି ରାଜସ୍ଥାନର ସର୍ବୋଚ୍ଚ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିଛି। ରାଜସ୍ଥାନର ଫଲୋଦିରେ ତାପମାତ୍ରା ୫୦ ଡିଗ୍ରୀ ଅତିକ୍ରମ କରିଛି । ବାରମେରରେ ତାପମାତ୍ରା ୪୮.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଜେସଲମେରରେ ୪୮ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ବିକାନେରରେ ୪୭.୨ ଏବଂ ଚୁରୁ ଅଞ୍ଚଳର ତାପମାତ୍ରା ୪୭ ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତବର୍ଷର ଏହି ତାପମାତ୍ରା ବର୍ଷର ସର୍ବାଧିକ ତାପମାତ୍ରା ଭାବରେ ରେକର୍ଡ ହୋଇଛି ।

ତେବେ ଆଗାମୀ ଦିନରେ ଖରାର ପ୍ରକୋପ ବଢିବା ସହ ପ୍ରବଳ ଗୁଳୁଗୁଳି ହେବ କହିଛି ପାଣିପାଗ ବିଭାଗ । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ ଓ ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରବଳ ଖରା ଅନୁଭୂତ ହେବ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଉତ୍ତରପଶ୍ଚିମ ଭାରତରେ ଆହୁରି ୪ରୁ ୫ ଦିନ ଧରି ଏଭଳି ପାଗ ଲାଗିରହିବ। ତାପମାତ୍ରା ବଢ଼ିବ ସିନା, କମିବାର କୌଣସି ସମ୍ଭାବନା ନାହିଁ। ଏଥିପାଇଁ ବିଭିନ୍ନ ସ୍ଥାନରେ ରେର୍ଡ ୱାର୍ଣ୍ଣିଂ ଜାରି କରାଯାଇଛି।

ଲୁ ପ୍ରଭାବରେ ରାଜସ୍ଥାନରେ ୮ ଜଣଙ୍କ ମତ୍ୟୁ ହୋଇଥିବା ସୂଚନା ମିଳିଛି । ୨୨ ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରି କୌଣସି ଘରୋଇ ସ୍କୁଲ ଖୋଲିଲେ ତାଙ୍କ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.