Latest Odisha News

ଲଘୁଚାପ ପ୍ରଭାବ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ସମୁଦ୍ର ମଧ୍ୟରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରିରହିଛି ଲଗାଣ ବର୍ଷା । ଉପକୂଳ ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ପ୍ରଭାବ ଜାରି ରହିଛି। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ଲାଗିରହିଛି ବର୍ଷା। ଉପକୂଳ ଓଡିଶା, ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ବିଳମ୍ବିତ ରାତିରୁ ଲାଗିରହିଛି ବର୍ଷା।

ମିଳିଥିବା ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୬ ତାରିଖ ଯାଏ ବର୍ଷା ଲାଗି ରହିବ। ସେହିପରି ଏହି ଲଘୁଚାପ ପ୍ରଭାବରେ ଓଡିଶା ସମେତ ପଡୋଶୀ ରାଜ୍ୟରେ ମଧ୍ୟ ବର୍ଷା ହେବାର ସମ୍ବାବନା ରହିଛି।

ଆଜି ସକାଳ ଯାଏ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଆକଳନ କରିଛି ଯେ ଏହି ଲଘୁଚାପ ଗତକାଲି ସମୁଦ୍ର ଉପରେ ଥିଲା । ଆଜି ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ। ତେଣୁ ଏହାର ପ୍ରଭାବର ଦକ୍ଷିଣ,ଉପକୂଳ ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶରେ ବର୍ଷା ହେବ। ଆସନ୍ତା ୨ ଦିନରେ ଏହା ଉତ୍ତର-ପଶ୍ଚିମଦିଗରେ ଗତି କରି ଉତ୍ତର-ମଧ୍ୟପ୍ରଦେଶ ଓ ଦକ୍ଷିଣ-ପଶ୍ଚିମ ଉତ୍ତରପ୍ରଦେଶରେ ପହଞ୍ଚିବ ।

Leave A Reply

Your email address will not be published.