Latest Odisha News

BREAKING NEWS

ସାରା ବିଶ୍ୱରେ ଓମିକ୍ରନ ଆତଙ୍କ : ମହାରାଷ୍ଟ୍ରରେ ଦକ୍ଷିଣ ଆଫ୍ରିକା ଫେରନ୍ତା ୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ସାରା ବିଶ୍ୱରେ ଖେଳୁଛି ଓମିକ୍ରନ ଆତଙ୍କ । ମହାରାଷ୍ଟ୍ରରେ ୬ ପଜିଟିଭ ଚିହ୍ନଟ ।  ଏମାନେ ହେଲେ ଦକ୍ଷିଣ ଆଫ୍ରିକା ଓ ସଂକ୍ରମିତ ଦେଶରୁ ଆସିଥିବା ୬ ଜଣ ଯାତ୍ରୀ

ନୂତନ ମାରାତ୍ମକ ଭାରିଆଣ୍ଟ ଓମିକ୍ରନ୍ ଭାରତରେ ବୁଲିଲାଣି ଅଥଚ ତାହା ଚିହ୍ନଟ ହୋଇପାରିନି । ତେଣୁ ଉଭୟ ପରୀକ୍ଷା ଓ ଜେନୋମ୍ ସିକ୍ବେନ୍ସିଂ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ଭାରତ ପଦକ୍ଷେପ ନେବାକୁ ଚିନ୍ତା କରିଛି ।

ଓମିକ୍ରନ୍ ଭାରିଆଣ୍ଟର ଚିହ୍ନଟ ପାଇଁ ଭାରତ ପରୀକ୍ଷା ଓ ସିକ୍ବେନ୍ସିଂ ବ୍ୟବସ୍ଥାକୁ ସୁଦୃଢ଼ କରିବ ବୋଲି ଭାରତର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ନିର୍ଦ୍ଦେଶିକା କହିଛନ୍ତି । ଏହାଦ୍ବାରା ଓମିକ୍ରନ୍‌ର ବ୍ୟାପକ ସଂକ୍ରମଣକୁ ଅନେକାଂଶରେ ରୋକାଯାଇପାରିବ । ଫଳରେ ଦ୍ବିତୀୟ ଲହର ପରି ଭୟଙ୍କର ଅବସ୍ଥା ଏହା ଆଉ ଆଣିପାରିବ ନାହିଁ ।

ବର୍ତ୍ତମାନ ୪୮ ଘଣ୍ଟା ଭିତରେ ବିମାନବନ୍ଦରଗୁଡ଼ିକରୁ ଆସୁଥିବା ପଜିଟିଭ୍ ରିପୋର୍ଟର ବିଶ୍ଳେଷଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସମ୍ପ୍ରତି ୩୮ଟି ବିଜ୍ଞାନାଗାରରେ ଏହା କରାଯାଉଥିବା ବେଳେ ସେଥିରେ ଆଉ ଏକ ଡଜନ ଯୋଡ଼ାଯିବ ବୋଲି କୁହାଯାଇଛି ।

ବିଜ୍ଞାନାଗାରଗୁଡ଼ିକରେ ପରୀକ୍ଷଣର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ପରୀକ୍ଷା ଓ ଭୂତାଣୁଙ୍କ କିସମ ଚିହ୍ନଟରେ ବିଳମ୍ବ ହେଲେ ତାହା ଦେଶ ସାରା ମାଡ଼ିଯାଇପାରେ ।

ସେପଟେ, ସମଗ୍ର ଏସିଆ, ୟୁରୋପ, ଆମେରିକା ଏବଂ ଆଫ୍ରିକାରେ ଏବେ ସତର୍କତା ପଦକ୍ଷେପ ବଢ଼ାଇ ଦିଆଯାଇଛି । ଭାରତର ବ୍ୟସ୍ତବହୁଳ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମଦାବାଦ, ଚେନ୍ନାଇ, କୋଲକାତା, କୋଚିନ ଏବଂ ପୁନେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଦେଶରୁ ପହଞ୍ଚୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ଏବଂ ସ୍ବତନ୍ତ୍ର କଟକଣା ଲାଗୁ ହୋଇଛି ।

ପୂର୍ବରୁ ଜାରି ନିର୍ଦ୍ଦେଶ ମୁତାବକ ଯାତ୍ରୀମାନଙ୍କୁ ୧୪ ଦିନର ଭ୍ରମଣ ରିପୋର୍ଟ ତଥ୍ୟ ସାଂଗକୁ ଆର୍‌ଟି-ପିସିଆର୍‌ ଯାଞ୍ଚ ରିପୋର୍ଟ ଅପଲୋଡ୍‌ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଭାରତରେ ଏବେ ଆଫ୍ରିକାରୁ ଫେରିଥିବା କିଛି ଯାତ୍ରୀଙ୍କ କ୍ଷେତ୍ରରେ ନୂଆ ସଂକ୍ରମଣ ମାମଲା ଚିନ୍ତାଜନକ ହୋଇଛି ।

Leave A Reply

Your email address will not be published.