Latest Odisha News

BREAKING NEWS

ଆସୁଛି ବାତ୍ୟା! ସତର୍କ କଲା ପାଣିପାଗ ବିଭାଗ

ବାତ୍ୟା ‘ଜୱାଦ’ ଆସନ୍ତା ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ବାତ୍ୟାନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ତେବେ ସମ୍ଭାବ୍ୟ ବାତ୍ୟା ଉପରେ ନଜର ରଖିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଥିବା ଲଘୁଚାପ କ୍ଷେତ୍ର ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ ଓ ୨ ତାରିଖ ଦିନ ଅବପାତର ରୂପ‌ ନେବ । ପରବର୍ତୀ ୨୪ ଘଣ୍ଟାରେ ଏହା ଅଧିକରୁ ଅଧିକ ଘନୀଭୂତ ହୋଇ ୩ ତାରିଖ ଦିନ କେନ୍ଦ୍ରୀୟ ବଙ୍ଗୋପସାଗରରେ ‘ସାମୁଦ୍ରିକ ଝଡ଼’ ରୂପ ନେବ । ଏହାପରେ ଦିଗ ବଦଳାଇ ଉତ୍ତର-ପଶ୍ଚିମ ଦିଗରେ ଗତି କରି ସମୁଦ୍ର ଭିତରେ ଅଧିକ ବଳ ଗୋଟାଇବ ଓ ୪ ତାରିଖ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ୨ ତାରିଖରୁ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗର ଅଶାନ୍ତ ହୋଇପଡ଼ିବ ।

୩ ତାରିଖ ଭୋର୍‌ରୁ ସମୁଦ୍ର ଅଧିକରୁ ଅଧିକ ଅଶାନ୍ତ ହେବାକୁ ଲାଗିବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସୃଷ୍ଟି ଯୋଗୁଁ ପବନର ବେଗ ୬୫ରୁ ୭୫ କିମିକୁ ବୃଦ୍ଧି ପାଇବ ।  ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରଙ୍କୁ ୩ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ବିଲରୁ ଧାନ କାଟି ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି ଡିଜି ଶ୍ରୀ ମହାପାତ୍ର ।

୩ ତାରିଖ ଦିନ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ । ଏଣୁ ଏହି ୪ ଜିଲ୍ଲା ପାଇଁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କିନ୍ତୁ ୪ ଓ ୫ ତାରିଖ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ବର, ଯାଜପୁରରେ ଅତିପ୍ରବଳ ବର୍ଷା ହେବ। ଏସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.