Latest Odisha News

BREAKING NEWS

ପୁଅ ପଜିଟିଭ; ମାଆକୁ ମିଳିଲାନି କାନ୍ଧ !

କୁଜଙ୍ଗ: କରୋନା ଯେତେ ବଢୁଛି ସେତିକି ହଜି ଯାଉଛି ମାନବିକତା । ଏହାର ଆଉ ଏକ ଉଦାହରଣ ସମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ,କରୋନା ସଂକ୍ରମିତ ହୋଇଥିଲେ ସେନାବାହିନୀର ଜଣେ ଯବାନ। ଏହାର କିଛିଦିନ ପରେ ପ୍ରାଣ ହରାଇଥିଲେ ତାଙ୍କ ମାଆ। ମୃତ ମା’ଙ୍କୁ କାନ୍ଧ ଦେବାକୁ ଆଗକୁ ଆସିଲେନି ସାହିଭାଇ କି ବନ୍ଧୁ ବାନ୍ଧବ। ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ୍‌ ଅନ୍ତର୍ଗତ ଗରେଇ ପଂଚାୟତର ନାଳିଆପାଳରେ।

ନାଳିଆପାଳ ଗ୍ରାମର ସ୍ବର୍ଗତ ଜନାର୍ଦ୍ଦନ ବସନ୍ତିଆଙ୍କ ପତ୍ନୀ ମାଳତୀ ବସନ୍ତିଆ (୯୫) ଗୁରୁତର ଅସୁସ୍ଥ ଥିଲେ। ମାଙ୍କ ଅସୁସ୍ଥତା ଖବର ପାଇ ମେଘାଳୟର ସିଲଂରେ ସେନାବାହିନୀରେ କାର୍ଯ୍ୟ କରୁଥିବା ପୁଅ ଜୁଲାଇ ୨୪ ତାରିଖରେ ଛୁଟି ନେଇ ଗାଁକୁ ଆସିଥିଲେ।

କୋଭିଡ ନିୟମ ଅନୁଯାୟୀ କ୍ୱାରେଣ୍ଟାଇନରେ ମଧ୍ୟ ରହିଥିଲେ। ଏହାପୂର୍ବରୁ ସେ ମା’କୁ ରୋଗଶଯ୍ୟାରେ ଦୂରରୁ ଦେଖିଥିଲେ। ଏହାପରେ ଯବାନଙ୍କ ସ୍ବାବ ନମୁନା ନେଗେଟିଭ ଥିବା କହି ତାଙ୍କୁ ଘରକୁ ଯିବାକୁ କୁହାଯାଇଥିବାବେଳେ କିଛି ଘଣ୍ଟା ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା କୁହାଯାଇଥିଲା। ଏହାପରେ ତାଙ୍କୁ ପାରାଦୀପ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହି ସମୟ ମଧ୍ୟରେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇ ଯାଇଥିଲା। ମାତ୍ର ମାଆଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାପାଇଁ ସହି ପଡିଶା କି ବନ୍ଧୁ ବାନ୍ଧବ କେହି ଯୋଗ ଦେଇନଥିଲେ। ପରିବାର ଲୋକ ମିଶି ଶବ ସଂସ୍କାର କରିଥିଲେ ପରେ ମୃତ ମହିଳାଙ୍କ ପରିବାରର ସମସ୍ତଙ୍କର ସ୍ବାବ ନମୁନା ରିପୋର୍ଟ ନେଗେଟିଭ ଥିବା ଜଣାପଡ଼ିଛି

Leave A Reply

Your email address will not be published.