Latest Odisha News

BREAKING NEWS

‘ମେକ ଇନ୍ ଓଡ଼ିଶା କନକ୍ଲେଭ୍’ରେ ୬୦ ଜଣ ବିଦେଶୀ ପ୍ରତିନିଧି ଯୋଗଦେବେ

ଭୁବନେଶ୍ୱର : ‘ମେକ ଇନ ଓଡିଶା କନକ୍ଲେଭ’ ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଚାଇନା, ଜର୍ମାନୀ, ଜାପାନ, ଇଟାଲୀ, ଦକ୍ଷିଣ କୋରିଆ, ୟୁଏଇ ଆଦି ରାଷ୍ଟ୍ରର ପାଖାପାଖି ୬୦ ଜଣ ବିଦେଶୀ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏନେଇ ଏକ ସମୀକ୍ଷା ବୈଠକରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ‘ଫେଡେରେସନ ଅଫ ଇଣ୍ଡିଆନ୍ ଚ୍ୟାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ’ (ଫିକ) ର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପକ୍ଷୋର ଏହି କନକ୍ଲେଭ ମାଧ୍ୟମରେ ଚଳିତ ବର୍ଷ ଯେପରି ଅଧିକ ପୁଞ୍ଜିନିବେଶ ହୋଇପାରିବ ସେନେଇ ସମସ୍ତେ ପ୍ରଚେଷ୍ଟା କରିବା ଦରକାର ବୋଲି ମନ୍ତ୍ରୀ ବୈଠକରେ ମଧ୍ୟ ପରାମର୍ଶ ଦେଇଥିଲେ ।

ସେହିପରି ‘ଫିକି’ର ସେକେଟ୍ରାରି ଜେନେରାଲ ଦିଲ୍ଲୀପ ଚେନୟ ଓ ଡେପୁଟି ସେକ୍ରେଟାରି ଜେନେରାଲ ଅରୁଣ ଚାୱଲା କହିଥିଲେ “ବିଦେଶୀ ରାଷ୍ଟ୍ରର ୬୦ ଟି ପ୍ରତିନିଧିଙ୍କ ସମେତ ପ୍ରାୟ ୫୦ଟି ଭାରତୀୟ ବୃହତ କମ୍ପାନୀ ଗୁଡିକ ଚଳିତ ବର୍ଷ ‘ମେକ ଇନ ଓଡିଶା କନକ୍ଲେଭ’ରେ ଯୋଗ ଦେଇ ନିଜର ଉତ୍ପାଦ ପ୍ରଦର୍ଶନ କରିବେ” ।

ଆହୁରି ମଧ୍ୟ ଶିଳ୍ପ ସଂସ୍ଥାଗୁଡିକର ପାଖାପାଖି ୨ହଜାରରୁ ଅଧିକ ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରାଯିବା ସହ ସେମାନେ ଏଥିରେ ଯୋଗଦେଇ ଇସ୍ପାତ, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ, ଏରୋସ୍ପେସ ଓ କ୍ରିଡା ଆଦି କ୍ଷେତ୍ରରେ ପୁଞ୍ଜିନିବେଶ କରିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.