Latest Odisha News

BREAKING NEWS

ପଶ୍ଚିମବଙ୍ଗରୁ ୬୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଏସଟିଏଫର ଚଢ଼ାଉ ବେଳେ ବଡ଼ ସଫଳତା । ଚଢ଼ାଉ ବେଳେ ଜବତ ହୋଇଛି ୬୫ କୋଟି ଟଙ୍କାର ବ୍ରାଉନସୁଗାର । ଏହାସହ ନଗଦ ୨୦ ଲକ୍ଷ ଟଙ୍କା ସହ ୬ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଥିବା ଜଣାପଡିଛି । ସେହିପରି ଅନ୍ୟ ୪ ଜଣଙ୍କ ମଧ୍ୟରୁ ୨ ଜଣ ମଣିପୁରର ଥିବା ବେଳେ, ଅନ୍ୟ ୨ ଜଣ ପଶ୍ଚିମବଙ୍ଗର ବୋଲି ଜାଣିବାକୁ ପାଇଛି ଏସଟିଏଫ୍ ।

ଏମାନେ ବିଭିନ୍ନ କେମିକାଲ ଦେଇ ବ୍ରାଉନ ସୁଗାର୍ ତିଆରି କରୁଥିଲେ । ଟ୍ରକ୍ ସହ ବ୍ରାଉନ ସୁଗାର ତିଆରି ହେଉଥିବା କେମିକାଲକୁ ଜବତ କରିଛି ଏସଟିଏଫ୍ । ଗିରଫ ୬ ଜଣଙ୍କୁ ରିମାଣ୍ଡରେ ନେଇ ନିଶା କାରବାରର ଚୋର ଖୋଜିବ ଏସଟିଏଫ୍ । ଏହି କାରବାରରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ତାର ମଧ୍ୟ ଖୋଳତାଡ କରିବ ଏସଟିଏଫ୍ । ଜେରା ବେଳେ ବ୍ରାଉନସୁଗାର କାରବାରର ଲିଙ୍କ ଓଡ଼ିଶା-ପଶ୍ଚିମବଙ୍ଗ-ମଣିପୁର ପର୍ଯ୍ୟନ୍ତ ଲମ୍ୱିଥିବା ଜାଣିବାକୁ ପାଇଛି ପୋଲିସ ।

Leave A Reply

Your email address will not be published.