Latest Odisha News

BREAKING NEWS

ପୁରୀରେ ହେବ ପଞ୍ଚତାରକା ହୋଟେଲ

ଭୁବନେଶ୍ବର : ରାଜ୍ୟର ପ୍ରତିଷ୍ଠିତ ହୋଟେଲ ସଂସ୍ଥା ସ୍ୱସ୍ତି ଗ୍ରୁପ ପକ୍ଷରୁ ପୁରୀରେ ନିର୍ମାଣ କରାଯିବ ପଞ୍ଚତାରକା ହୋଟେଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଆଜି ଏହାର ଶିଳାନ୍ୟାସ କରିଛନ୍ତି । ସିପ ସରୁବାଲିରେ ସ୍ବସ୍ତି ପ୍ରିମିୟମ ବିଚ୍ ରିସୋର୍ଟ ନାଁରେ ହେବାକୁ ଥିବା ଏହି ହୋଟେଲରେ ୧୬୦କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ରିସୋର୍ଟ ପରିସରରେ ମୁକ୍ତାକାଶ ଲ୍ୟାଣ୍ଡସ୍କେପିଂ ଠାରୁ ଆରମ୍ଭ କରି ଶୀତତାପ ନିୟନ୍ତ୍ରିତ ବୃହତ ସମ୍ମିଳନୀ କକ୍ଷ ରଖାଯିବ । ବିଭିନ୍ନ ରାଜ୍ୟ ଓ ଦେଶର ପ୍ରମୁଖ ଖାଦ୍ୟକୁ ନେଇ ଏକ ଫୁଡ୍ କୋର୍ଟ ମଧ୍ୟ ନିର୍ମାଣ କରାଯିବ ।

ଆସନ୍ତା ୨୦୨୪ ମସିହା ଜାନୁଆରୀ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ମେଗା ସମ୍ମିଳନୀ ଓ ବାହାଘର ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଏହି ହୋଟେଲରେ ରହିବ । ସେହିପରି ୧୩ ମହଲା ଉପରେ ସ୍କାଏ ଲାଉଞ୍ଜ ବାର ରହିବ । ଏଥିରେ ମୋଟ ୧୨୫ଟି ରୁମ୍ ରହିବ । ଷ୍ଟେଟ୍ ଅଫ ଆର୍ଟ ୱେଲନେସ ସ୍ପା ଓ ଜିମ୍ ବ୍ୟବସ୍ଥା ରହିବ । ପ୍ରଥମ କରି ପୁରୀରେ ଏହି ପଞ୍ଚତାରକା ଅତ୍ୟାଧୁନିକ ବିଳାସପୂର୍ଣ୍ଣ ରିସୋର୍ଟ ନିର୍ମାଣ ହେବାକୁ ଯାଉଛି । ଯାହା ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ।

 

Leave A Reply

Your email address will not be published.