Latest Odisha News

BREAKING NEWS

କୋଭିଡ୧୯: ଦେଶରେ ୨୪ ଘଣ୍ଟାରେ ୬୭ ହଜାର ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ଡେଇଁଲା ୪୭ ହଜାର

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୬୬,୯୯୯ ଜଣ ସଂକ୍ରମିତ ହୋଇଥିବା ବେଳେ ୯୪୨ ଜଣଙ୍କର ଜୀବନ ଯାଇଛି ।

BjdElectrycity

ହୁ ହୁ ହୋଇ ବଢି ଚଳିଛି ସଂକ୍ରମିତଙ୍କ ଗ୍ରାଫ । ଦେଖୁ ଦେଖୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୩,୨୯୬,୯୯୯ ଲକ୍ଷ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୬,୫୩,୬୨୨ ଟି ସକ୍ରିୟ ମାମଲା ରହିଥିବା ବେଳେ ୧୬,୯୫,୯୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏହାସହ ମୋଟ ୪୭,୦୩୩ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି।

Leave A Reply

Your email address will not be published.