Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଗୁରୁବାରଠାରୁ : ପ୍ରଥମ ମ୍ୟାଚରେ ବର୍ଷା ଆଶଙ୍କା

ଧର୍ମଶାଳା: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ଗୁରୁବାରଠାରୁ ଧର୍ମଶାଳାରେ ଆରମ୍ଭ ହେବ । ଟିମ୍ ଇଣ୍ଡିଆ ଘରୋଇ ପରିବେଶରେ ଭଲ ପ୍ରଦର୍ଶନ ଲକ୍ଷ୍ୟରେ ରହିଛି । ତେବେ ପ୍ରଥମ ମ୍ୟାଚରେ ବର୍ଷା ଆଶଙ୍କା ରହିଛି । ଏହା କିଛି ମାତ୍ରାରେ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ଠାରୁ ଉଭୟ ଦିନିକିଆ ଓ ଟେଷ୍ଟ ସିରିଜ୍‌ରେ ପରାସ୍ତ ହୋଇଥିବା ବିରାଟ ବାହୀନ ଆସନ୍ତାକାଲି ପୁଣିଥରେ ୱିନିଂ ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛି ।

ଗୁରୁବାର ଅପରାହ୍ଣ ୧.୩୦ରେ ହିମାଚଳ ପ୍ରଦେଶର ଧର୍ମଶାଳାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଆରମ୍ଭ ହେବ।  ଆଇପିଏଲ ପୂର୍ବରୁ ଏହା ଶେଷ ଦିନିକିଆ ସିରିଜ୍‌। ତେଣୁ ଦଳ ବିଜୟ ସହ ତା’ର ଅଭିଯାନ ଶେଷ କରିବାକୁ ଚାହିଁବ। ଏଥିପାଇଁ ଦଳ ଆଜି ଜୋରଦାର ଅଭ୍ୟାସ କରିଛି। ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧୱନ ଓ ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ତେଣୁ ଦଳକୁ ଏହା ଅଧିକ ଶକ୍ତିଶାଳୀ କରିଛି।ଅନ୍ୟପକ୍ଷରେ କ୍ୱିଣ୍ଟନ ଡି’କକଙ୍କ ଦଳ ଅଷ୍ଟ୍ରେଲିଆକୁ ୩-୦ରେ ହରାଇ ଭାରତ ବିପକ୍ଷରେ ଖେଳିବାକୁ ଆସିଛି। ଦଳରେ ଜାନେମନ ମଲାନଙ୍କ ଭଲି ମ୍ୟାଚ୍ ୱିନର ଅଛନ୍ତି। ସେହିପରି ହେନେରିଚ କ୍ଲାସେନ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଜବରବଦସ୍ତ ବ୍ୟାଟିଂ କରିଥିଲେ। ଏହାବାଦ୍ ଡାଭିଡ ମିଲର, ଫାଫ ଡୁପ୍ଲେସିସି, ତେମ୍ବା ବାଭୁମା ଓ ରସେଇ ଭାନ ଡେର ଡୁସେନଙ୍କ ଭଳି ଖେଳାଳି ରହିଛନ୍ତି। ବୋଲିଂ ବାହିନୀରେ ଅଭିଜ୍ଞ କାଗିସୋ ରବାଡା ନାହାନ୍ତି। ତେଣୁ ଲୁଙ୍ଗି ଏନଗିଡି ଓ ଅନରିଚ ନୋରଟେଜଙ୍କ ଉପରେ ଦଳ ନିର୍ଭର କରିବ। କେସବ ମହାରାଜ ଆସନ୍ତାକାଲି ଏକମାତ୍ର ସ୍ପିନର ଭାବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି।

Leave A Reply

Your email address will not be published.