Latest Odisha News

ଗାଡ଼ି ଯାଞ୍ଚ ସମୟରେ ସାଢ଼େ ସାତ ଲକ୍ଷ ଟଙ୍କା ଜବତ, ଜଣେ ଅଟକ

ବରଗଡ଼: ନିର୍ବାଚନ ସମୟରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି ପୋଲିସ। ରାଜ୍ୟର ସମସ୍ତ ଜିଲ୍ଲାରେ କଡ଼ାକଡ଼ା କରାଯାଇଛି ଗାଡ଼ି ଯାଞ୍ଚ। ବିଭିନ୍ନ ଅଞ୍ଚଳରୁ ଚେକିଂ ବେଳେ ଗାଡିରୁ ବାହାରୁଛି ପୁଳାପୁଳା ଟଙ୍କା। ବିଳମ୍ବିତ ରାତିରେ ବରଗଡ଼ରୁ ମଧ୍ୟ ଗାଡ଼ି ଯାଞ୍ଚ ବେଳେ ଜବତ ହେଲା ନଗଦ ଟଙ୍କା। ସାହେଲା ପୋଲିସ ବିଭିନ୍ନ ଗାଡ଼ି ଅଟକାଇ ଯାଞ୍ଚ କରୁଥିବାବେଳେ ଏକ ଭ୍ୟାନରୁ ସାଢ଼େ ସାତ ଲକ୍ଷ ଟଙ୍କା ଜବତ କରିଛି। ଲୁହୁରାଚଟି ଚେକିଂ ପଏଣ୍ଟରେ ସବୁ ଗାଡ଼ିକୁ ଅଟକାଇ ସୋହେଲା ପୋଲିସ ଯାଞ୍ଚ କରୁଥିଲା।

ସୋହେଲା ବ୍ଲକ ଲୁହୁରାଚଟି ଚେକପୋଷ୍ଟ ଠାରେ ପାଟ୍ରୋଲିଂ ଚାଲିଥିବା ସମୟରେ ଛତିଶଗଡ଼ ପଟୁ ବରଗଡ଼ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଏକ ଟାଟା ସୁମୋ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ ଓ ଏଫଏସଟି ଟିମ। ତେବେ ପୋଲିସ ଓ ଏଫଏସଟି (FST)ଙ୍କ ମିଳିତ ଉଦ୍ୟମ କ୍ରମେ ଉକ୍ତ ଗାଡିରୁ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ଏଫଏସଟି ଟିମ୍। ଉକ୍ତ ଗାଡି ମାଲିକ ଦୌଲତ ପ୍ରସାଦ ରାତ୍ରେ ଛତିଶଗଡ ନିବାସୀ ବୋଲି ଜଣାପଡ଼ିଛି।

ତେବେ ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା କ’ଣ ପାଇଁ ଭ୍ୟାନରେ ନିଆଯାଉଛି ଏବଂ କେଉଁଠି ଓ କେଉଁ ବାବଦରେ ଯାଉଛି ତାହାର ସ୍ପଷ୍ଟ ଉତ୍ତର ମିଳିନଥିଲା। ତେଣୁ ପୋଲିସ ଭ୍ୟାନ ସହ ନଗଦ ସାଢ଼େ ସାତ ଲକ୍ଷ ଟଙ୍କା ଜବତ କରିଛି। ଭ୍ୟାନରେ ଥିବା ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା ଜାରି ରଖିଥିବା ସୂଚନା ମିଳିଛି।

 

Leave A Reply

Your email address will not be published.