Latest Odisha News

BREAKING NEWS

ପୁରୀ ବୋମାମାଡ଼ ଘଟଣାରେ ୭ ଗିରଫ

ପୁରୀ: ପୁରୀ ବାସେଳୀ ସାହି ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜଵତ କରିଛି।

ତେବେ ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ବାଲି ଗୋଡି ସପ୍ଲାଇକୁ ନେଇ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ପୂର୍ବ ଶତ୍ରୁତା ଲାଗି ରହିଥିଲା।

ଶୁକ୍ରବାର ବିଳମ୍ବିତ ରାତିରେ ଲୋକନାଥ ରୋଡ ଜୀବରାମଜି ପଲ୍ଲି ଠାରେ ଜଣେ ଯୁବକଙ୍କୁ ସଙ୍ଗବଦ୍ଧ ଭାବେ ଆକ୍ରମଣ ସହ ବୋମା ମାଡ କରାଯାଇଥିଲା। ତେବେ ସୌଭାଗ୍ୟ ବଶତଃ ସମ୍ପୃକ୍ତ ଯୁବକ ବର୍ତ୍ତି ଯାଇଥିଲେ।

ପରେ ଦାଏର ଅଭିଯୋଗକୁ ଭିତ୍ତି କରି ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା ଅନୁଯାୟୀ ୭ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁରୀ ଏସପି ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.