ନାଗପୁର : ମହାରାଷ୍ଟ୍ରରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଆଜି ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇ ଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଶୁକ୍ରବାର ଏମଏସଆରଟିସି ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଗୋଣ୍ଡିଆ ଜିଲ୍ଲା ପୂର୍ବ ବିଦ୍ରଭା ତୋଲା ନିକଟରେ ହଠାତ୍ ବସଟି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏଥିସହ ୩୦ରୁ ଅଧିକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
#WATCH | Gondia, Maharashtra | A State transport bus met with an accident after it lost control and overturned near Bindravana Tola village in the Gondia district. So far, 7 people have died. Around 30 people are injured and the injured have been shifted to Gondia District… pic.twitter.com/WZ8mrrv70D
— ANI (@ANI) November 29, 2024
ରାସ୍ତାରେ ଗୋଟିଏ ବାଇକକୁ ବଞ୍ଚାଇବାକୁ ଯାଇ ଏକ ବଙ୍କା ପାଖରେ ବସଟି ରାସ୍ତା ତଳକୁ ଗଡି ଯାଇଥିଲା।
ଗୋଣ୍ଡିଆ ଏସପିଙ୍କ ମତ ଅନୁସାରେ, ଘଟଣାସ୍ଥଳରେ ୧୦-୧୨ ଜଣଙ୍କ ମୃତ୍ଯୁ ହୋଇଛି। ଏହାକୁ ନେଇ ତଦନ୍ତ ଚାଲୁ ରହିଛି। ସରକାରୀ ସୂଚନା ଆସିବା ପରେ ସ୍ପଷ୍ଟ ସୂଚନା ମିଳି ପାରିବ ବୋଲି ସେ କହିଛନ୍ତି।
ସେହିପରି ମୃତ୍ଯୁ ସଂଖ୍ୟା ବଢିବାର ଯଥେଷ୍ଠ ସମ୍ଭାବନା ରହିଥିବା ନକ୍ସଲ ରେଞ୍ଜ ର ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଙ୍କିତ ଗୋୟାଲ କହିଛନ୍ତି। ଦୁର୍ଘଟଣାର ପ୍ରକୃତ ଘଟଣା ଜାଣିବାକୁ ତଦନ୍ତ ଚାଲିଥିବା କହିଛନ୍ତି।
ସେପଟେ ଆରଟିଓ ଏହି ଘଟଣାରେ ଅବଗତ ଅଛନ୍ତି।
Comments are closed.