Latest Odisha News

BREAKING NEWS

ରାୟବରେଲୀରେ ଟ୍ରେନ ଲାଇନଚ୍ୟୁତ ହୋଇ ୭ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାୟବରେଲିରେ ‘ନିୟୁ ଫରକ୍କା ଏକ୍ସପ୍ରେସ’ର ୬ଟି ବଗି ଲାଇନଚ୍ୟୁତ ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ଅନୁଯାୟୀ ହରଚାନ୍ଦପୁର ରେଳବାଇ ଷ୍ଟେସନ ଠାରୁ ପ୍ରାୟ ୫୦ମି. ଦୂରରେ କୌଣସି କାରଣବଶତଃ ଏହି ଟ୍ରେନର ଇଞ୍ଜିନ ସମେତ ୫ଟି ବଗି ଲାଇନଚ୍ୟୁତ ହୋଇପଡିବାରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ନେଇ ଜଣାପଡିଛି ।

ନୂଆଦିଲ୍ଲୀ-ମାଲଦା ନ୍ୟୁ ଫରକ୍ସା ଏକ୍ସପ୍ରେସ ଭୁଲବଶତଃ ଅନ୍ୟ ଏକ ଟ୍ରାକ ଉପରକୁ ଚଢିଯିବା ଫଳରେ ଟ୍ରେନଟି ଲାଇନଚ୍ୟୁତ ହୋଇପଡିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ରେଳବାଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ।

ଇତିମଧ୍ୟରେ ଅସୁବିଧାର ସମ୍ମୁଖୀନ ସମସ୍ତ ଯାତ୍ରୀମାନଙ୍କୁ ରିଲିଫ ପ୍ରଦାନ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ପୃକ୍ତ ଜିଲ୍ଲାର ମାଜିିଷ୍ଟ୍ରେଟ ଓ ରାୟବରେଲୀର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଯୋଗାଯୋଗ କରିବା ପାଇଁ ଜରୁରୀକାଳୀନ ନଂ- (ଦୀନଦୟାଲ ଉପାଧ୍ୟାୟ ଜଙ୍କସନ)

• ବିଏସଏନଏଲ- ୦୫୪୧୨-୨୫୪୧୪୫, ରେଲୱେ ଫୋନ ନଂ- ୦୨୭-୭୩୬୭୭

ଯୋଗାଯୋଗ କରିବା ପାଇଁ ଜରୁରୀକାଳୀନ ନଂ- (ପାଟନା ଷ୍ଟେସନ)
• ୦୬୧୨-୨୨୦୨୨୯, ରେଲୱେ ଫୋନ ନଂ- ୦୨୫-୮୩୨୮୮

Leave A Reply

Your email address will not be published.