Latest Odisha News

BREAKING NEWS

୧୧ ତାରିଖ ସକାଳେ ଓଡ଼ିଶା ଉପକୂଳ ଛୁଇଁବ ବ୍ୟାତ୍ୟା ତିିତଲି, ଦ୍ରୁତଗତିରେ ଓଡ଼ିଶା ଉପକୂଳ ମୁହାଁଉଛି

ଭୁବନେଶ୍ୱର: ବାତ୍ୟା ତିତଲି ତୀବ୍ର ଗତିରେ ଓଡ଼ିଶା ଉପକୂଳ ମୁହାଁଉଛି । ଆଉ ମାତ୍ର ୧୨ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବ । ମଧ୍ୟ ପଶ୍ଚିମ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ବାତ୍ୟା ତିତଲି ଉତ୍ତର ମଧ୍ୟ ବଙ୍ଗୋପସାଗର ଆଡ଼କୁ ମୁହାଁଇ ଓଡ଼ିଶା ଉପକୂଳର ୪୧୦ କିମି ଦୂରତାରେ ରହିଛି ।

ଘଣ୍ଟା ପ୍ରତି ୧୦କିମି ବେଗରେ ଏହା ଓଡ଼ିଶା ଦକ୍ଷିଣ-ଦକ୍ଷିଣ ପୂର୍ବ ଗୋପାଳପୁର ସ୍ଥଳଭାଗ ଆଡ଼କୁ ଗତି କରୁଛି । ଆନ୍ଧ୍ର ସ୍ଥଳପଥ ମଛଲିପଟ୍ଟନମ ଠାରୁ ପ୍ରାୟ ୩୪୦ କିମି ଦୂରତାରେ ବାତ୍ୟା ତିତଲି ଘୂର୍ଣ୍ଣିମାନ ଅବସ୍ଥାରେ ଗତି କରୁଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ତାଜା ସୂଚନା ମିଳିଛି ।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳରେ ବାତ୍ୟାର ରୂପ ନେବ । ଏହି ବାତ୍ୟା ତିତଲି ଓଡ଼ିଶା ଉପକୂଳର ଗୋପାଳପୁର ଓ କଳିଙ୍ଗପଟ୍ଟନମ ସ୍ଥଳପଥ ୧୧ ତାରିଖ ସକାଳେ ଅତିକ୍ରମ କରି ଆନ୍ଧ୍ରପଦେଶର ପଶ୍ଚିମବଙ୍ଗର ଗାଙ୍ଗେୟ ଉତ୍ତର ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବାତ୍ୟା ତିତଲିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ(ଆଇଏମଡ଼ି) ପକ୍ଷରୁ ହଳଦିଆ ବିପଦ ସଙ୍କେତ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାକୁ ବୁଧବାର ୮.୩୦ ପର୍ଯ୍ୟନ୍ତ ସତର୍କ କରାଯାଇଛି । ବୁଧବାର ଦିନ ମଧ୍ୟ ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ବିପଦ ସଙ୍କେତ ପ୍ରଦାନ କରିଛନ୍ତି ପାଣିପାଗ ବିଭାଗ । ସେହିପରି ନାଲି ବିପଦ ସଙ୍କେତ ଯେଉଁ ଜିଲ୍ଲା ଗୁଡ଼ିକୁ ଦିଆଯାଇଛି ସେଗୁଡ଼ିକ ହେଲା – ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା । କିନ୍ତୁ ଗୁରୁବାର ଦିନ ସବୁଠାରୁ ବିିପଦପୂର୍ଣ୍ଣ ନାଲି ସଙ୍କେତ ଓଡ଼ିଶାର ୧୭ଟି ଜିଲ୍ଲାକୁ ଦିଆଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର, କନ୍ଧମାଳ, କଳାହାଣ୍ଡି, ବୌଦ, କଟକ, ରାୟଗଡ଼ା ଓ କୋରାପୁଟ ଜିଲ୍ଲା ।

“ବୁଧବାର ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାର କେତେକ ସ୍ଥାନରେ ବୃଷ୍ଟିପାତ ଲାଗିରହିବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟର ଯେଉଁସବୁ ଜିଲ୍ଲା ମାନଙ୍କରେ ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ସେହି ଜିଲ୍ଲାଗୁଡ଼ିକ ହେଲା – ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର, କନ୍ଧମାଳ, କଳାହାଣ୍ଡି, ବୌଦ, କଟକ, ରାୟଗଡ଼ା ଓ କୋରାପୁଟ ଜିଲ୍ଲା । ଏହି ସବୁ ଜିଲ୍ଲାମାନଙ୍କରେ ଦିନ ପ୍ରାୟ ୧.୩୦ ପର୍ଯ୍ୟନ୍ତ ପବନ ବହିବା ଜାରି ରହିବ । କେତେକ ସ୍ଥାନରେ ବୁଧବାର ଦିନ ମଧ୍ୟ ୬୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି” ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଭାରପ୍ରାପ୍ତ ନିର୍ଦ୍ଦେଶକ ଏଲ ଡ଼ି ମହାପାତ୍ର ସତର୍କ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.