Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୨ ମହଲା ବିଲଡିଂରେ ଲାଗିଲା ନିଆଁ, ୭ ଜଣ ଜୀବନ୍ତ ଦଗ୍ଧ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଗୋଟିଏ ଦୁଇ ମହଲା ବିଲଡିଂରେ ଆଜି ଭୋର ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁରେ ପୋଡ଼ି ହୋଇ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଅଗ୍ନିଶମ ବାହିନୀର ସଦସ୍ୟମାନେ ୯ ଜଣଙ୍କୁ ଉଦ୍ଧାର କରିଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ଜଣାପଡ଼ିଛି। ସେହିପରି ଉଦ୍ଧାର ହୋଇଥିବା ୯ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସ୍ୱର୍ଣ୍ଣ ବାଗ କୋଲନୀରେ ଥିବା ଦୁଇ ମହଲା ବିଶିଷ୍ଟ ବିଲଡିଂରେ ଭୋର ପ୍ରାୟ ୩.୧୦ରେ ନିଆଁ ଲାଗି ଯାଇଥିଲା। ବେସମେଣ୍ଟରେ ଥିବା ମୁଖ୍ୟ ଇଲେକ୍ଟ୍ରିକ ସପ୍ଲାଏ ସିଷ୍ଟମରେ ପ୍ରଥମେ ଶଟ ସର୍କିଟ ହୋଇଥିଲା। ଏହାପରେ ସେଠାରେ ପାର୍କିଂ ହୋଇଥିବା ବାଇକ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ସେଠାରୁ ନିଆଁ ପୂରା ବିଲଡିଂକୁ ବ୍ୟାପୀଯାଇଥିଲା। ନିଆଁ ଲାଗିବା ବେଳେ ବିଲଡିଂରେ ରହୁଥିବା ଲୋକମାନେ ନିଦରେ ଶୋଇଥିଲେ। ଫଳରେ ସେମାନେ ଠିକଣା ସମୟରେ ବାହାରକୁ ବାହାରି ପାରି ନଥିଲେ ବୋଲି କୁହାଯାଉଛି।

ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ପୁଲିସ୍‌ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଇନାହିଁ। ପୁଲିସ୍‌ ଏହି ଘଟଣାରେ ବିଲଡିଂର ମାଲିକ ଅନସର ପଟେଲଙ୍କୁ ଅଟକ ରଖିବା ସହ ମାମଲା ରୁଜୁ କରିଛି। ବିଲଡିଂ ତିଆରି କରିଥିଲେ ମଧ୍ୟ ସେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରି ନଥିବାରୁ ପୁଲିସ୍‌ ତାଙ୍କ ନାଁରେ ସଙ୍ଗୀନ ଦଫା ସବୁ ଲଗାଇଛି।

Leave A Reply

Your email address will not be published.