Latest Odisha News

BREAKING NEWS

ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ !

ମୁମ୍ବାଇ: ଆଜିକୁ ପ୍ରାୟ ୧୫ ଦିନ ପୂର୍ବରୁ ବଲିଉଡ଼ ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟଜନକ ମୃତ୍ୟ ହୋଇଥିଲା । ଏହି ମୃତ୍ୟୁ ସମ୍ପର୍କୀତ ଭିସେରା ରିପୋର୍ଟ ଫୋରେନସିକ୍ ଲ୍ୟାବରୁ  ଆସିଥିବା ସୂଚନା ମିଳିଛି ।

ଏହି ଭିସେରା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଏହି ଅଭିନେତାଙ୍କ ଶରୀରରେ କୌଣସି ରାସାୟନିକ ଦ୍ରବ୍ୟ କିମ୍ବା ବିଷ ନଥିଲା । ଏଠାରେ ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ ପାଇବା ପରେ ତାଙ୍କର ଭିସେରା ଜେ ଜେ ହସ୍ପିଟାଲକୁ ଫୋରେନସିକ୍ ପରୀକ୍ଷା ନିମନ୍ତେ ପଠାଇ ଦିଆଯାଇଥିଲା ।

ଶ୍ୱାସରୁଦ୍ଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଥିଲା । ଏପରିକି ଫାଶି ଲଗାଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା ।

ଏହି ମୃତ୍ୟୁ ଘଟଣାରେ ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ପ୍ରାୟ ୨୮ ଜଣ ବ୍ୟକ୍ତିଙ୍କ ବୟାନ ରେକର୍ଡ଼ କରିସାରିଛି ।

Leave A Reply

Your email address will not be published.