Latest Odisha News

BREAKING NEWS

ସଲମାନଙ୍କ ପାଇଁ ଏକତାଙ୍କ ସହ କଣ୍ଟ୍ରାକ୍ଟ ଭାଙ୍ଗିଲେ ଗୌତମ ଗୁଲାଟୀ !

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନଙ୍କ ପାଇଁ ବିଗବସ ବିଜେତା ଗୌତମ ଗୁଲାଟୀଙ୍କ ବଡ ନିଷ୍ପତ୍ତି । ଏକତା କାପୁରଙ୍କଠାରୁ ତିନିତିନୋଟି ଫିଲ୍ମର ଅଫର ପାଇଥିଲେ ବି ଶେଷରେ ସଲମାନଙ୍କ ପାଇଁ ସେ ବାଲାଜୀ ମୋଶନ ପିକ୍ଚର୍ସ ସହ କଣ୍ଟ୍ରାକ୍ଟ ଭାଙ୍ଗିଛନ୍ତି ।

ତୁଝ୍ ସଙ୍ଗ୍ ପ୍ରୀତ ଲଗାୟେ ସଜନା ଓ ପ୍ୟାର୍ କି ୟେ ଏକ କାହାନୀ ଭଳି ଟିଭି ସିରିଜ ପରେ ରିୟଲିଟି ଶୋ ବିଗବସ ଜିତି ଗୌତମ ଚର୍ଚ୍ଚାକୁ ଆସିଥିଲେ । ତେବେ ବାଲାଜୀ ପ୍ରଡକ୍ସନ ହାଉସରେ ଅସନ୍ତୁଷ୍ଟତା ପରେ ସେ ସଲମାନଙ୍କ ସହ ଯୋଗଦେଇଛନ୍ତି । ଏକତାଙ୍କ ଫିଲ୍ମ ଗୁଡିକରେ ତାଙ୍କ କିର୍ଦାରରେ କାଟଛାଟ ହେବା ନେଇ ସେ ପ୍ରଶ୍ନ କରିଥିଲେ । ହେଲେ କୌଣସି ଉତ୍ତର ନ ପାଇବା ପରେ ସେ କିଛି ଏପରି ନିଷ୍ପତି ନେଇଛନ୍ତି ।

ଏକତା କାପୁରଙ୍କୁ ଛାଡି ଗୌତମ ଏବେ ସଲମାନଙ୍କ ଫିଲ୍ମ ରାଧେରେ ଅଭିନୟ କରିଛନ୍ତି । ବାରମ୍ବାର ବାଲାଜୀ ମୋଶନ ପିକ୍‌ଚର୍ସ ଦ୍ୱାରା ପ୍ରତାରିତ ହେବା ପରେ ସେ ସଲମାନଙ୍କୁ ଭେଟିଥିଲେ । ସେପଟେ ସଲମାନ ବି ଗୌତମଙ୍କ ଦୁଃଖ ଜାଣି ତୁରନ୍ତ ଫିଲ୍ମରେ ଅଭିନୟ କରିବା ପାଇଁ ଅଫର ଦେଇଥିଲେ । ଫିଲ୍ମ ରାଧେରେ ସଲମାନ ଲିଡ୍ ରୋଲ୍‌ରେ ଥିବାବଳେ ଅନ୍ୟ ସପୋର୍ଟିଂ କିର୍ଦାରରେ ଦିଶା ପାଟନୀ, ଜ୍ୟାକି ସ୍ରଫ୍ ଓ ରଣଦୀପ ହୁଡ୍ଡାଙ୍କୁ ଦେଖିବାକୁ ମିଳିବ ।

Leave A Reply

Your email address will not be published.