Latest Odisha News

BREAKING NEWS

ମାନିଲାରେ ଏସୀୟ ମହିଳା ରଗବୀ ଚାମ୍ପିୟନସିପ: ୨୬ ଜଣିଆ ଦଳରେ ୭ଜଣ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଚଳିତ ମାସ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ରାଜଧାନୀ ମାନିଲାଠାରେ ଅନୁଷ୍ଠିତ ହେଉଛି ଏସୀୟ ରଗବୀ ଚାମ୍ପିୟନ୍ସିପ । ଏହି ପ୍ରତିଯୋଗିତା ନିମନ୍ତେ ଏକ ୨୬ ଜଣିଆ ଭାରତୀୟ ଦଳ ପ୍ରତିନିଧିତ୍ୱ କରିବେ । ଏହି ଦଳରେ ୭ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି ।

ମୁମ୍ବାଇ ଓ ଲୁଧିୟାନାରେ ଦୁଇଟି ଡ଼ିଭିଜନରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ମନୋନୟନ କ୍ରମେ ଚଳିତ ମାସ ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ଜାତୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।

ରଗବୀ ଇଣ୍ଡିଆ ସମେତ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ତଥା କିଟ୍ ସହଯୋଗ କ୍ରମେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ୨୦୨୧ରେ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ମହିଳା ରଗବୀ ୱାର୍ଲଡ଼ କପରେ ମାନିଲା ଚାମ୍ପିୟାନସିପ ଏକ କ୍ୱାଲିଫାୟାର ହେବ ।

ଏହି ଭାରତୀୟ ଦଳରେ ଯେଉଁ ୭ ଜଣ ଓଡ଼ିଆ ଝିଅ ସ୍ଥାନ ପାଇଛନ୍ତି ସେମାନେ ହେଲେ – ହୁପି ମାଝୀ, ଲକ୍ଷ୍ମୀପ୍ରିୟା ସାହୁ, ମୀନାରାଣୀ ହେମ୍ପ୍ରମ, ଶୁଭଲକ୍ଷ୍ମୀ ବାରିକ, ସୁମିତ୍ରା ବାରିକ, ପାର୍ବତୀ କିସ୍କୁ ଏବଂ ରଜନୀ ଶବର ।

ଦଳର ଚିଫ୍‌ କୋଚ ଲୁଡ଼ୁଇଚି ଭାନ୍‌ ଦେବେନ୍ତର (ଦକ୍ଷିଣ ଆଫି୍ରକା) କହିଲେ ଯେ ଭାରତୀୟ ଦଳର ପ୍ରସ୍ତୁତି ଉପଯୁକ୍ତ ତାଲିମ ଓ ଦକ୍ଷତା ତଥା ପ୍ରତିଶ୍ରୁତି ଉପରେ ପର୍ଯ୍ୟବସିତ ଏବଂ ମାନିଲା ଟୁର୍ଣ୍ଣମେଣ୍ଟରେ ମହିଳା ଖେଳାଳୀମାନଙ୍କ କୃତିତ୍ୱ ପ୍ରତିଫଳିତ ହେବ । ମହରାଷ୍ଟ୍ରର ଭବିଜ୍‌ ଭାରୁଚାଙ୍କ ଅଧିନାୟକତ୍ୱରେ ମାନିଲା ଯାଇଥିବା ଭାରତୀୟ ଦଳରେ ଅନ୍ୟ ଖେଳାଳୀମାନେ ହେଲେ ନେହା ପରଦେଶୀ (ମହାରାଷ୍ଟ୍ର) ହିମାନୀ ଦତ୍ତ, ଶୀତଲ ଶର୍ମା, ନମିତା ଭୋଜ୍‌, ପ୍ରିୟା, ନେହା, ପି୍ରୟା ବଂଶଲ, ଜ୍ୟୋତି ଚୌଧୁରୀ, ଗୋହର ଆରା, ଶିଖା ଯାଦବ ଓ ସୁଲତାନା (ଦିଲ୍ଲୀ), ରାମ୍‌ନିକ୍‌ କୌର(ପଞ୍ଜାବ), ଲଛମୀ ଓରାଓଁ, ଆଶା ଓରାଓଁ, ଛନ୍ଦା ଓରାଓଁ, ସଂଗୀତା ବେରା (ପଶ୍ଚିମ ବଙ୍ଗ), ସ୍ୱିଟୀ କୁମାରୀ, ଶେ୍ୱତା ସାହି (ବିହାର) ।
ନାସ୍‌ ବୋଥା(ଦକ୍ଷିଣ ଆଫି୍ରକା) ଭାରତୀୟ ଦଳର କୋଚ, ଜେନୀ ବ୍ରୁକ୍ସ୍‌ (ସାଉଥ୍‌ ଆଫି୍ରକା) ସ୍ୱାସ୍ଥ୍ୟ ଓ ଦକ୍ଷତା ଦାୟିତ୍ୱରେ ରହିବେ ।

ସେହପରି ମହାରାଷ୍ଟ୍ରର ରେହେମୁଦିନ୍‌ ଶେଖ୍‌ ଦଳର ମ୍ୟାନେଜର ଭାବେ ରହିଥିବାବେଳେ ସବ୍ରେଜ୍‌ ମୁକଦମ୍‌(ମହାରାଷ୍ଟ୍ର) ଖେଳାଳୀମାନଙ୍କ ସ୍ୱାସ୍ଥ୍ୟ ଦାୟିତ୍ୱରେ ରହିବେ ।

Leave A Reply

Your email address will not be published.