Latest Odisha News

କରୋନା ପଜିଟିଭ ଚିହ୍ନଟ ହେଲେ କଟକ ଏସସିବିର ୭ କର୍ମଚାରୀ

କଟକ: ରବିବାର ଦିନ କଟକ ଜିଲ୍ଲାରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି ଏସସିବି ମେଡିକାଲର ୭ ଜଣ କର୍ମଚାରୀ ।ଏନେଇ ସରକାରୀ ସୂତ୍ରରୁ ରିପୋର୍ଟ ପ୍ରକାଶ।

ଏସସିବି କର୍ମଚାରୀଙ୍କ ବ୍ୟତୀତ ହସ୍ପିଟାଲର ଆଇସୋଲେସନ ୱାର୍ଡର ୪ ରୋଗୀ ଏବଂ ଶିଶୁ ଭବନର ଜଣେ ଶିଶୁ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଚୌଦ୍ୱାରରୁ ୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଗତପୁର ପିରା ବଜାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆଠଗଡ଼ରୁ ତିନି ଜଣ ଏବଂ ବଡମ୍ବାରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.