Latest Odisha News

BREAKING NEWS

ବିଛା କାମୁଡ଼ିବା ପରେ ହୃଦଘାତ, ହସ୍ପିଟାଲରେ ଆଖି ବୁଜିଲା ୭ ବର୍ଷର ଛୁଆ

ନୂଆଦିଲ୍ଲୀ: ବିଛା କାମୁଡ଼ିବା ଦ୍ୱାରା ଯନ୍ତ୍ରଣା ହେବା ସମସ୍ତେ ଜାଣିଛନ୍ତି । କିନ୍ତୁ ବ୍ରାଜିଲରେ ବିଛା କାମୁଡ଼ିବା ପରେ ଜଣେ ୭ ବର୍ଷ ବାଳକର ବାରମ୍ବାର ହୃଦଘାତ ହେବା ପରେ ମୃତ୍ୟୁ ହୋଇଛି । ବ୍ରାଜିଲରେ ଏହାକୁ ହଳଦିଆ ବିଛା କୁହାଯାଉଛି । ବିଛା କାମୁଡ଼ିବାର ୨ ଦିନ ପରେ ୭ ବର୍ଷର ବାଳକ ଆଖି ବୁଜିଛି ।

ତେବେ ଏହି ହଳଦିଆ ବିଛାକୁ ଟାଇଟିୟସ୍ ସେରୁଲଟସ କୁହାଯାଏ । ସୂଚନା ଅନୁସାରେ, ଅକ୍ଟୋବର ୨୩ରେ ପରିବାର ବୁଲି ଯିବାକୁ ବାହାରିଥିଲେ । ୭ ବର୍ଷର ବାଳକ ବାର୍ବୋସା ଜୋତା ପିନ୍ଧିବା ବେଳେ କଷ୍ଟ ଅନୁଭବ କରିଥିଲା । ତେବେ ପାଦକୁ କିଏ କାମୁଡ଼ିଲା ଜାଣି ପାରି ନଥିଲେ ପରିବାର ଲୋକ । ଆଉ ସାଙ୍ଗେ ସାଙ୍ଗେ ପାଦ ଲାଲ୍ ହୋଇ ଯାଇଥିଲା ।

ଆସ୍ତେ ଆସ୍ତେ ଯନ୍ତ୍ରଣା ବଢ଼ିଥିଲା । କିଛି ସମୟ ପରେ ପରିବାର ଲୋକ ହଳଦିଆ ବିଛାଟିକୁ ଦେଖିଥିଲେ । ପରିବାର ଲୋକେ ଛୁଆଟିକୁ ମେଡିକାଲରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟରେ ସୁଧାର ଆସିଥିଲା । କିନ୍ତୁ ୨ ଦିନ ମଧ୍ୟରେ ୭ ଥର ହୃଦଘାତ ଆସିବା ପରେ ଛୁଆଟିର ମୃତ୍ୟୁ ହୋଇଛି । ବ୍ରାଜିଲରେ ଏହି ପ୍ରଜାତିର ବିଛା କାମୁଡ଼ାରେ ପ୍ରତିବର୍ଷ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଥିବା ଜଣା ପଡ଼ିଛି ।

Leave A Reply

Your email address will not be published.