Latest Odisha News

BREAKING NEWS

କାନ୍ତାରରେ ଅଭିନୟ କରିଥାନ୍ତେ ପୁନୀଥ ରାଜକୁମାର

ବାଙ୍ଗାଲୋର: କାନ୍ତାରା ଫିଲ୍ମ ଏବେ ସାରା ଦେଶରେ ଚହଳ ପକାଇଛି । ଏହାର ନିର୍ଦ୍ଦେଶକ ତଥା ମୂଖ୍ୟ ଭୂମିକା କରିଥିବା ରିଷଭ ଶେଟ୍ଟୀ ଏ ନେଇ ଆଉ ଏକ ଖୁୂଲାସା କରିଛନ୍ତି । ରିଷଭ ଏହି ଫିଲ୍ମରେ ସ୍ୱର୍ଗତଃ ପୁନୀତ ରାଜକୁମାରଙ୍କୁ ଶିବା ଭୂମିକାରେ ଅଭିନୟ କରିବା ପାଇଁ ଅଫର ଦେଇଥିଲେ । ଫିଲ୍ମର କାହାଣୀ ଶୁଣି ସେ ମଧ୍ୟ ପ୍ରଭାବିତ ହୋଇଥିଲେ । ତେବେ ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ ସେ ଏହି ଫିଲ୍ମ କରିପାରି ନ ଥିଲେ । ଅପ୍ପୁ ସାର ମୋତେ ଫୋନ କରି କହିଥିଲେ, ଏବେ ସମୟ ନାହିଁ । ମୋତେ ଯଦି ଅପେକ୍ଷା କରିବ ତାହାହେଲେ ଫିଲ୍ମ ସରିବାକୁ ଆହୁରି ଅଧିକ ବର୍ଷେ ସମୟ ଲାଗିଯିବ । ଶେଷରେ ରିଷଭ ନିଜେ ଶିବା ରୋଲ କରିବା ପାଇଁ ନିଷ୍ପତି ନେଇଥିଲେ ।

ପୁନୀତଙ୍କ ନିଧନର ୨ ଦିନ ପୂର୍ବରୁ ସେ ବଜରଙ୍ଗୀ ୨ ସେଟରେ ଏହି ମହାନ କଳାକାରଙ୍କୁ ଭେଟିଥିଲେ । ଫିଲ୍ମର ମୌଳିକତା ନେଇ କୌଣସି ପ୍ରକାରର ବୁଝାମଣା ନ କରିବାକୁ ସେ ମୋତେ ପରାମର୍ଶ ଦେଇଥିଲେ । ଏପରିକି ମୁଁ ତୁମ ଫିଲ୍ମକୁ ଦେଖିବା ପାଇଁ ଅପେକ୍ଷା କରିଥିବି ବୋଲି ପୁନୀତ କହିଥିଲେ । ମୋ ମତରେ ଶିବା ରୋଲ ପୁନୀତ ସାର ଯେପରି କରିଥାନ୍ତେ ତାହା ବୋଧେ ଆଉ କେହି କରିପାରି ନ ଥାନ୍ତେ ବୋଲି ରିଷଭ କହିଛନ୍ତି ।

Leave A Reply

Your email address will not be published.