Latest Odisha News

ବିଦ୍ୟୁତ କାଟ ନେଲା ରୋଗୀର ଜୀବନ!

ମାଲକାନଗିରି : ମାଲକାନଗିରିରେ ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ କାଟ ପାଇଁ ଚାଲିଗଲା ଜଣେ ରୋଗୀର ଜୀବନ । କାମବାଡା ଗ୍ରାମର ରାମ ମାଡକାମୀ ନାମକ ଯୁବକଙ୍କୁ ଆଜି ସକାଳେ ଗୁରୁତର ଅବସ୍ଥାରେ ତାଙ୍କୁ କୋରୁକୋଣ୍ଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରୁ ତାଙ୍କୁ ମାଲକାନଗିରିକୁ ସ୍ଥାନାନ୍ତର କରିଥିଲେ ଡାକ୍ତର।

ରୋଗୀ ଜଣଙ୍କ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସିତ ହେଉଥିଲେ। ଏହି ସମୟରେ ତାଙ୍କୁ ଅକ୍ସିଜେନ ଦିଆଯାଉଥିଲା । ଏହି ସମୟରେ ହଠାତ୍ ବିଦ୍ୟୁତ ସେବା ବ୍ୟାହାତ ହୋଇଥିଲା। ପରେ ଅକ୍ସିଜେନ ନମିଳିବାରୁ ରାମ ମାଡକାମୀଙ୍କର ମୃତ୍ୟୁ ଘଟିଛି।

ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ସଦାଶିବ ମହାରଣା କହିଛନ୍ତି ଯେ, ରୋଗୀ ଗୁରୁତର ଅବସ୍ଥାରେ ଆସିଥିଲେ । ଅକ୍ସିଜେନ୍ ଲଗାଇବା ବେଳେ କରେଣ୍ଟ  କଟିଯିବାରୁ ସେ ସ୍ୱୀକାର କରିଥିଲେ ସୁଦ୍ଧା ଏଥିପାଇଁ ରୋଗୀଙ୍କ ମୃତ୍ୟୁ ହୋଇନଥିବା କହିଛନ୍ତି।

Leave A Reply

Your email address will not be published.