Latest Odisha News

BREAKING NEWS

ସମୂହ ଛୁଟିରେ ଗଲେ କ୍ରିଉ ମେମ୍ବର, ବାତିଲ୍ ହେଲା ଏୟାର ଇଣ୍ଡିଆର ୭୦ରୁ ଅଧିକ ଉଡ଼ାଣ

ନୂଆଦିଲ୍ଲୀ: ବାତିଲ ହେଲା ଏୟାର ଇଣ୍ଡିଆ ଏକ୍ସପ୍ରେସର ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ସେବା । କାଲି ରାତିରୁ ଆଜି ସକାଳ ଯାଏଁ ୭୦ରୁ ଅଧିକ ଉଡ଼ାଣ ବାତିଲ୍‌ କରିଛି ଏୟାର ଇଣ୍ଡିଆ । ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଗଲେ ଶତାଧିକ କ୍ରିଉ ମେମ୍ବର । ତେଣୁ ଏପରି ନିଷ୍ପତି ନେଇଛି ଏୟାର ଇଣ୍ଡିଆ । ସେପଟେ କିନ୍ତୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ ।

ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ମ୍ୟାନେଜମେଣ୍ଟ ବର୍ତ୍ତମାନ ଟାଟା ଗ୍ରୁପ ମାଲିକାନା ଏୟାରଲାଇନ୍ସରେ ନୂତନ ନିଯୁକ୍ତି ସର୍ତ୍ତକୁ ବିରୋଧ କରୁଥିବା କର୍ମଚାରୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ରଙ୍କ କହିବାନୁସାରେ, ଗତ ରାତିରୁ ଆମର କ୍ୟାବିନ କ୍ରିଉ ମେମ୍ବରମାନଙ୍କ ମଧ୍ୟରେ ଅନେକ ସଦସ୍ୟ ଅସୁସ୍ଥ ହୋଇପଡିଛନ୍ତି ଏବଂ ଏହି କାରଣରୁ ଅନେକ ବିମାନ ବାତିଲ ହୋଇଛି । ଏହି ଘଟଣା ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବେ ଜାଣିଛୁ। ଏହାର କାରଣ ବୁଝିବାକୁ, ଆମର ଦଳ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଯାହା ଫଳରେ ଆମର ଯାତ୍ରୀମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ।

 

Leave A Reply

Your email address will not be published.